40.1 C
Bhubaneswar
Thursday, April 25, 2024
Homeଅପରାଧଯୌତୁକ ଜୁଇରେ ମହିଳା : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ଯୌତୁକ ଜୁଇରେ ମହିଳା : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ଗଞ୍ଜାମ : ନାନା ସଚେତନତା, କଡ଼ା ଆଇନ ସତ୍ୱେ ଚେତୁ ନାହାନ୍ତି ଯୌତୁକଲୋଭୀ ରାକ୍ଷସ । ଫଳରେ ବହୁ ନିରୀହ ଝିଅଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ଏମିତି ଏକ ଘଟଣା ଆମ ସାମ୍ନାକୁ ଆସିଛି, ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଂଚଳରେ । ଯୌତୁକ ପାଇଁ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ମାରିଦେଇଛି ବୋଲି ଅଭିଯୋଗ ହୋଇଛି । ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଶୁକ୍ରବାର ଲିଲି ଦାସ (୨୧) ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ମାମଲା ରୁଜୁ ସହ ପୁଲିସ ଅଭିଯୁକ୍ତ ସ୍ବାମୀ କୁମରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ୨୦୧୭ ରେ ଚାନ୍ଦୁଲି ଗ୍ରାମର କବିରାଜ ଦାସଙ୍କ ଝିଅ ଲିଲି କୋଳିଦାସପୁରର ଗୁରୁ ଦାସଙ୍କ ପୁଅ କୁମରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କ ଏକ ପୁଅ ଅଛି। ତେବେ ଅଧିକ ଯୌତୁକ ପାଇଁ କୁମର ସବୁବେଳେ ଲିଲିଙ୍କୁ ମାନସିକ ନିର‌୍ୟାତନା ଦେବା ସହ ମାରପିଟ୍ କରୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ଲିଲିଙ୍କୁ କୁମର ପିଟି ପିଟି ମାରିଦେବା ସହ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଶବକୁ ଝୁଲାଇ ଦେଇଥିଲେ। ହିଞ୍ଜିଳି ପୁଲିସ ଶନିବାର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଲିଲିଙ୍କୁ ହତ୍ୟା କରା ଯାଇଥିବା ନେଇ ବାପଘର ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି କୁମରଙ୍କୁ ଅଟକ ରଖିଛି। ତେବ‌େ ଲିଲି ଆତ୍ମହତ୍ୟା କରିଥିବା କୁମରଙ୍କ ପରିବାରବର୍ଗ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking