34.1 C
Bhubaneswar
Wednesday, May 25, 2022
Homeଓଡିଶାହିରୋଇନ ପ୍ରେମରେ ସ୍ୱାମୀ, ଥାନାରେ ସ୍ତ୍ରୀ’

ହିରୋଇନ ପ୍ରେମରେ ସ୍ୱାମୀ, ଥାନାରେ ସ୍ତ୍ରୀ’

ଭୁବନେଶ୍ୱର: ଘରେ ସ୍ତ୍ରୀ’, ଦୁଇବର୍ଷର ଶିଶୁକନ୍ୟା ଅଛନ୍ତି । ହେଲେ ବାବୁଙ୍କ ମନ ସେହି ହିରୋଇନ୍‌ଙ୍କ ପାଖରେ । ଏହାକୁ ବିରୋଧରେ କରିବାରୁ ସ୍ତ୍ରୀ’ଙ୍କୁ ମାଡ଼ ମରାଯାଉଛି । ଏମିତିକି ଛାଡ଼ପତ୍ର ଦେଇ ଚାଲିଯିବାକୁ କୁହାଯାଉଛି । ଏଭଳି ଘଟଣା ପୋଖରୀପୁଟ ଅଞ୍ଚଳରେ ଦେଖିବାକୁ ମିଳିଛି । ସ୍ୱାମୀ ଠାରୁ ମାଡ଼ ଖାଇ ସ୍ତ୍ରୀ’ ରୋଜାଲିନ ପ୍ରଧାନ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ପୋଖରୀପୁଟ ଗ୍ରାମରେ ଜିତେନ୍ଦ୍ରୀୟ ପ୍ରଧାନ ନାମକ ଜଣେ ଯୁବକ ରୁହନ୍ତି । ୭ବର୍ଷ ତଳେ ସେ ରୋଜାଲିନ ପ୍ରଧାନ(୩୦) ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏବେ ତାଙ୍କର ଦୁଇବର୍ଷର ଝିଅଟିଏ ରହିଛି । ଜିତେନ୍ଦ୍ରୀୟ ପୋଖରୀପୁଟ ଆଇବିଏମ୍‌ରେ କାର୍ଯ୍ୟ କରନ୍ତି ।

ଏଥିସହ ଟିଭି ସିରିଏଲ୍‌ରେ କାହାଣୀ ଲେଖକ ମଧ୍ୟ ଅଛନ୍ତି । କାର୍ଯ୍ୟ ସମୟରେ ଜଣେ ଟେଲି ଅଭିନେତ୍ରୀଙ୍କ ପ୍ରେମରେ ସେ ପଡ଼ିଯାଇଛନ୍ତି। ସମ୍ପୃକ୍ତ ଅଭିନେତ୍ରୀ ଏକ ଆଗଧାଡ଼ିର ମନୋରଞ୍ଜନ ଚ୍ୟାନେଲରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି । ସ୍ତ୍ରୀ, ପିଲାଙ୍କ କଥା ଭୁଲି ସମ୍ପୃକ୍ତ ଅଭିନେତ୍ରୀଙ୍କ ସହ ଦିନରାତି କଟାଉଛନ୍ତି । ଯେଉଁଥିପାଇଁ ଗତ ଦୁଇବର୍ଷ ହେବ ପାରିବାରିକ ଅଶାନ୍ତି ଦେଖାଦେଇଛି ।  ଏମିତିକି ଅଭିନେତ୍ରୀଙ୍କ ଭରତପୁର ସ୍ଥିତ ଘରକୁ ଯାଇ ଜିତେନ୍ଦ୍ରୀୟ ରାତି କଟାଉଛନ୍ତି । ଏହାକୁ ବିରୋଧ କରିବାରୁ ସେ ତାଙ୍କ ସ୍ତ୍ରୀ’ଙ୍କ ମୁହଁରେ ତକିଆ ମାଡ଼ି ମାରିବାକୁ ଉଦ୍ୟମ କରିଥିଲେ । କୌଶଳକ୍ରମେ ସ୍ତ୍ରୀ’ ରୋଜାଲିନ ଖସିଆସି ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ ତୁରନ୍ତ ନ୍ୟାୟ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking