27.8 C
Bhubaneswar
Thursday, April 18, 2024
Homeଅପରାଧଯୌତୁକ ପାଇଁ ସମ୍ପର୍କୀୟଙ୍କ ଦ୍ୱାରା ସ୍ତ୍ରୀକୁ ଗଣ ବଳାତ୍କାର କଲା ସ୍ୱାମୀ

ଯୌତୁକ ପାଇଁ ସମ୍ପର୍କୀୟଙ୍କ ଦ୍ୱାରା ସ୍ତ୍ରୀକୁ ଗଣ ବଳାତ୍କାର କଲା ସ୍ୱାମୀ

ନୂଆଦିଲ୍ଲୀ : ସାତ ଜନ୍ମକୁ ସାଥୀ କରି ଯାହାକୁ ଆଣିଥିଲା ତାହାର ଗଣ ଦୁଷ୍କର୍ମର ଭିଡିଓକୁ ଭାଇରାଲ କଲା ସ୍ୱାମୀ । ରାଜସ୍ଥାନର ଭରତପୁରରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ମାନବିକତାକୁ ଲଜ୍ଜିତ କରୁଛି। ଯେଉଁଠାରେ ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀ ଏବଂ ଦୁଇ ସମ୍ପର୍କୀୟଙ୍କ ବିରୋଧରେ ଗଣ ବଳାତ୍କାରର ମାମଲା ଦାୟର କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ଯେତେବେଳେ ସ୍ୱାମୀ ବିବାହ ସମୟରେ ଦେଢ଼ ଲକ୍ଷ ଟଙ୍କା ଏବଂ ବୁଲେଟ୍ ଯୌତୁକରେ ମାଗିଥିଲେ । କିନ୍ତୁ ଶ୍ୱଶୁର ଘରଲୋକ ତାହା ଦେଇନଥିଲେ । ଏହି ରାଗର ପ୍ରତିଶୋଧ ନେବାକୁ ସ୍ୱାମୀ ତାଙ୍କ ଦୁଇ ସମ୍ପର୍କୀୟଙ୍କ ଦ୍ୱାରା ବଳାତ୍କାର କରିଥିଲେ ଏବଂ ନିଜେ ମୋବାଇଲରେ ସେହି ଭିଡିଓକୁ ସୁଟିଂ କରିଥିଲେ। ସ୍ୱାମୀ ତାଙ୍କ ସ୍ତ୍ରୀକୁ କହିଥିଲେ ଯେ ତୋ ବାପ ଘର ଲୋକ ମତେ ଯୌତୁକରେ ଦେଢ଼ ଲକ୍ଷ ଟଙ୍କା ଦେଇ ନାହାଁନ୍ତି କିନ୍ତୁ ବର୍ତ୍ତମାନ ଗଣ ବଳାତ୍କାରର ଅଶ୍ଳୀଳ ଭିଡିଓ ୟୁଟ୍ୟୁବରେ ଦେଇ ମୁଁ ଅଧିକ ପଇସା କମାଇବି ବୋଲି ଧମକ ଦେଇଥିଲା।

ବାସ୍ତବରେ ଏହି ମାମଲାଟି କାମା ପୋଲିସ୍ ଷ୍ଟେସନରୁ ଆସିଛି। ଯେଉଁଠାରେ ମେ ୨୦୧୯ ରେ ହରିୟାଣାର ପୁନହାନା ସହରର ଜଣେ ଝିଅକୁ ବିବାହ କରାଯାଇଥିଲା । କିନ୍ତୁ ବିବାହ ପରଠାରୁ ଶାଶୁ ଘର ଲୋକେ ମହିଳାଙ୍କୁ ଯୌତୁକ ପାଇଁ ହଇରାଣ କରୁଥିଲେ। ଏହି କାରଣରୁ ପୀଡିତା ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ। କିନ୍ତୁ ତାଙ୍କ ସ୍ୱାମୀ ସେଠାରେ ପହଁଞ୍ଚି ନିଜ ସ୍ତ୍ରୀକୁ ଘରକୁ ଫେରାଇ ଆଣିଥିଲେ। ଏହା ପରେ ସ୍ୱାମୀ ତାଙ୍କର ଦୁଇ ସମ୍ପର୍କୀୟଙ୍କୁ ଡାକି ପତ୍ନୀଙ୍କୁ ତାଙ୍କ ସାମ୍ନାରେ ବଳାତ୍କାର କରିଥିଲେ। ଏହା ମଧ୍ୟ କହିଥିଲେ ଯେ ମୋ ମୋବାଇଲରେ ଏହାର ଏକ ଭିଡିଓ ପ୍ରସ୍ତୁତ କରୁଛି।

ଏଥିସହିତ ପୀଡିତା ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ୟୁଟ୍ୟୁବରେ ଅଶ୍ଳୀଳ ଭିଡିଓ ଲଗାଇବାକୁ ଧମକ ଦେଇ କହିଛନ୍ତି ଯେ ତୋ ପରିବାର ସଦସ୍ୟ ମୋତେ ଯୌତୁକ ଦେଇ ପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ଏହି ଭିଡିଓକୁ ୟୁଟ୍ୟୁବରେ ରଖି ଅଧିକ ଟଙ୍କା ରୋଜଗାର କରିବି। ଏହି ଲଜ୍ୟାଜନକ ଖବରକୁ ନେଇ କାମା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଦୌଲତ ସାହୁ କହିଛନ୍ତି ଯେ ଜଣେ ମହିଳା ବଳାତ୍କାର ମାମଲା ରୁଜୁ କରିଛନ୍ତି। ଯେଉଁଥିରେ ତାଙ୍କ ସ୍ୱାମୀ ଏବଂ ଦୁଇ ସମ୍ପର୍କୀୟ ଅନ୍ତର୍ଭୁକ୍ତ। ୟୁଟ୍ୟୁବରେ ଅଶ୍ଳୀଳ ଭିଡିଓ ରଖିବାର ଆଲୋଚନା ହେଉଛି। ବର୍ତ୍ତମାନ ସୁଦ୍ଧା ଏହା ନିଶ୍ଚିତ ହୋଇନାହିଁ। ଅନୁସନ୍ଧାନ ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking