33.1 C
Bhubaneswar
Wednesday, April 24, 2024
Homeଅପରାଧନିଷ୍ଠୁର ସ୍ୱାମୀ: ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଲା....

ନିଷ୍ଠୁର ସ୍ୱାମୀ: ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଲା….

ଝାରସୁଗୁଡା : ତୁମକୁ ପାଇଲେ ମୁଁ ଜୀବନର ସବୁ ଖୁସି ପାଇଯିବି । ପାଖରେ ତମେ ଥିଲେ ମୋର ଆଉ କିଛି ଲୋଡ଼ା ନାହିଁ । ଏଭଳି କହି ଝାରସୁଗୁଡା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇବା ପରେ ମହୁଲପାଲି ଥାନା ଅଧୀନ ଅଞ୍ଚଳର ଜଣେ ଯୁବକ ବିବାହ କରିଥିଲା । ବିବାହ ପରେ ଗର୍ଭବତୀ କରିବା ପରେ ତାଙ୍କୁ ଘରୁ ବାହାର କରିଦେଇଛି । ଯୁବତୀ ଜଣକ ଏବେ ସମ୍ବଲପୁର ଏକ ଆଶ୍ରମରେ ରହିଛନ୍ତି । ସୂଚନା ଅନୁଯାୟୀ, ଯୁବକଙ୍କ ସହ ଯୁବତୀଙ୍କର ୬ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯୁବକଙ୍କ କଥାରେ ଭାସି ଯାଇ ଯୁବତୀ ଜଣକ ବିବାହ ପାଇଁ ତାଙ୍କ ଘରେ କହିଲେ । କିନ୍ତୁ ଭିନ୍ନ ଜାତିର ବୋଲି ଘର ଲୋକ ବିବାହ ପାଇଁ ରାଜି ହେଲେ ନାହିଁ । ଯୁବକ ଜଣକ ବାରମ୍ବାର ଯୁବତୀଙ୍କୁ ବିବାହ କରିବାକୁ କହିଥିଲେ । ଯୁବକଙ୍କ କଥା ଉପରେ ବିଶ୍ୱାସ ରଖି ଯୁବତୀ ଜଣକ ଶେଷରେ ତାଙ୍କ ଘର ଛାଡ଼ିଲେ । ୪ ବର୍ଷ ତଳେ ୭ ଜନ୍ମର ସାଥୀ ହେବା ଲକ୍ଷ୍ୟ ନେଇ ଯୁବତୀ ଜଣକ ଯୁବକଙ୍କ ହାତ ଧରିଥିଲେ । ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ ଧୀରେ ଧୀରେ ସମ୍ପର୍କରେ ଫାଟ ଆରମ୍ଭ ହେବାକୁ ଲାଗିଲା । ଛୋଟ ଛୋଟ କଥାରେ ପାଟିତୁଣ୍ଡ, ଗାଳିଗୁଲଜ । ଏସବୁ ଭିତରେ ୩ ବର୍ଷ ବିତିଗଲା । ଯୁବତୀ ଜଣକ ଚଳିତବର୍ଷ ଗର୍ଭବତୀ ହେଲାପରେ ତାଙ୍କ ସ୍ୱାମୀଙ୍କ ଅତ୍ୟାଚାର ବଢ଼ିଚାଲିଲା । କଥା କଥାରେ ମାର୍‌ପିଟ୍ କରି ଚାଲିଲେ । ବର୍ତ୍ତମାନ ଯୁବତୀ ଜଣକ ୮ ମାସର ଗର୍ଭବତୀ ଥିବା ଜାଣି ମଧ୍ୟ ନିଷ୍ଠୁର ସ୍ୱାମୀ ଜଣକ ତାଙ୍କୁ ନିର୍ଯାତନା ଦେଇ ଚାଲିଲେ । ନିର୍ଯାତନା ସହ୍ୟ କରି ନପାରି ଯୁବତୀ ଜଣକ ଶେଷରେ ସମ୍ବଲପୁର ସଖୀ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ । ଏହାପରେ ସଖୀ ପକ୍ଷରୁ ମହୁଲପାଲି ଥାନା ସହ ଯୋଗାଯୋଗ କରାଯାଇଥିଲା । ମହୁଲପାଲି ପୋଲିସ ଯୁବତୀଙ୍କୁ ତାଙ୍କ ଶାଶୂଘରୁ ଉଦ୍ଧାର କରି ସମ୍ବଲପୁର ସଖୀ କେନ୍ଦ୍ରକୁ ଆଣିଥିଲେ । ସଖୀ ପକ୍ଷରୁ ଯୁବତୀଙ୍କ ସ୍ୱାମୀଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରାଯାଇଥିଲା । ତେବେ ଯୁବକ ଜଣକ ଆତ୍ମହତ୍ୟା ଧମକ ଦେବାରୁ ଯୁବତୀଙ୍କୁ ସେଠାରେ ଆଉ ନଛାଡ଼ି ସମ୍ବଲପୁର ସ୍ଥିତ ଏକ ଆଶ୍ରମରେ ରଖାଯାଇଛି । ଯୁବତୀ ଜଣକ ଏ ନେଇ ଝାରସୁଗୁଡ଼ା ଲଇକେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking