40.1 C
Bhubaneswar
Thursday, April 25, 2024
Homeଅପରାଧକୋଭିଡରେ ମୃତ୍ୟୁ ଦର୍ଶାଇ ପତ୍ନୀଙ୍କ ସହ ଏମିତି କଲେ ସ୍ୱାମୀ

କୋଭିଡରେ ମୃତ୍ୟୁ ଦର୍ଶାଇ ପତ୍ନୀଙ୍କ ସହ ଏମିତି କଲେ ସ୍ୱାମୀ

ହାଇଦ୍ରାବାଦ- ତେଲେଙ୍ଗାନାର ଭାନାଷ୍ଟାଲିପୁରମ୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଜଣେ ଯୁବତୀଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଜ୍ୱାଇଁ ତାଙ୍କ ଝିଅକୁ ହତ୍ୟା କରିଛନ୍ତି ଏବଂ ମୃତ୍ୟୁକୁ କରୋନା ସଂକ୍ରମଣ ବୋଲି ଦର୍ଶାଇଛନ୍ତି । ଏହି ପ୍ରସଙ୍ଗରେ ପୋଲିସ୍ ଷ୍ଟେସନରେ ମଧ୍ୟ ଅଭିଯୋଗ କରାଯାଇଥିଲା । ତେବେ  ପୋଲିସର ସୂଚନାନୁସାରେ, ହାଇଦ୍ରାବାଦର ୱାନସ୍ତାଲିପୁରମ ପୋଲିସ ଷ୍ଟେସନ ଅଞ୍ଚଳର ବୌଦହି ନଗର କଲୋନିରେ ରହୁଥିବା  କବିତାଙ୍କର ଜୁନ୍ ୧୮ ରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ସ୍ୱାମୀ ରାମଭଟ ବିଜୟ କବିତାଙ୍କ  ପିତାମାତାଙ୍କୁ କହିଥିଲେ ଯେ କରୋନା ସଂକ୍ରମଣରେ ତାଙ୍କ ପତ୍ନୀଙ୍କର  ମୃତ୍ୟୁ ହୋଇଛି । ଏହା ପରେ ମୃତଦେହକୁ ଅଟୋ ରିକ୍ସାରେ ନାଲଗୋଣ୍ଡା ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁକୁ ନିଆଯାଇଥିଲା । ସେହି ସମୟ ମଧ୍ୟରେ ସମସ୍ତେ ଡରି   ଯାଇଥିଲେ ଯେ ନିକଟତର ହେଲେ କରୋନା ସଂକ୍ରମଣ ହେବ ।
କିନ୍ତୁ ଯେତେବେଳେ ମୃତ କବିତାଙ୍କ ମା ତାଙ୍କ ଜ୍ୱାଇଁଙ୍କୁ ସନ୍ଦେହ କରିଥିଲେ, ସେତେବେଳେ ସେ ସରକାରୀ ଡାକ୍ତରଖାନା ଯାଇ କବିତାଙ୍କ  କୋଭିଡ ପରୀକ୍ଷା ରିର୍ପୋଟ ଯାଂଚ କରିଥିଲେ । ଏକ ସପ୍ତାହ ପୂର୍ବରୁ କରୋନା ପରୀକ୍ଷା କରାଯାଇଥିଲା, କିନ୍ତୁ ରିପୋର୍ଟ ନେଗେଟିଭ ଥିଲା ।    ପିତାମାତା କହିଛନ୍ତି ଯେ ଯେତେବେଳେ ସେମାନେ ଜୁନ୍ ୧୭ ରେ କବିତାଙ୍କ ସହ କଥା ହୋଇଥିଲେ ସେତେବେଳେ ସବୁକିଛି ଠିକ୍ ଥିଲା । ତାହେଲେ ସେ କିପରି ପରଦିନ କରୋନା ସଂକ୍ରମଣରେ ଜୀବନ ହାରିପାରନ୍ତି ବୋଲି କହିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରାୟତ ଝଗଡା ହେଉଥିଲା । ମୃତ କବିତାଙ୍କ ପିତା କହିଛନ୍ତି ଯେ ତାଙ୍କର ଇଛା ନଥିଲେ ମଧ୍ୟ ଝିଅ ତାଙ୍କୁ ବିବାହ କରିଥିଲେ ।
ସେ ଏକ ଅଟୋରିକ୍ସା ଚଳାଉଥିଲେ, କୌଣସି ସ୍ଥାନରେ  କାମ କରୁନଥିଲେ । ଝିଅ ଯେତେବେଳେ ନବମ ଶ୍ରେଣୀରେ  ପଢୁଥିଲେ ସେବେଠୁ ସେ ତାଙ୍କ ପଛରେ ପଡିଥିଲେ । ଝିଅକୁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା । ସେ ୧୦ ଲକ୍ଷ ଟଙ୍କା ଯୌତୁକ ମଧ୍ୟ ଦେଇଥିଲେ,ଘର ନିର୍ମାଣ ପାଇଁ ୧୦ ଏକରଜମି ମଧ୍ୟ ଦେଇଥିଲେ । ତଥାପି ସେ ମୋ ଝିଅକୁ ହତ୍ୟା କରି କୋରାନା ର ନାମ ଦେଉଛନ୍ତି ବୋଲି କହିଛନ୍ତି । ତେବେ ବର୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking