30.1 C
Bhubaneswar
Wednesday, April 24, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ସାତ ଜନ୍ମର ସାଥି ହେବା କଥା ଦେଇ ସ୍ତ୍ରୀର ହତ୍ୟାକାରୀ ସାଜିଲା ସ୍ବାମୀ । ଏଭଳି ଅଭିଯୋଗ ଆସିଛି ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ହରିଜନପଡାରୁ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୃତ ମହିଳା ଜଣଙ୍କ ହେଉଛନ୍ତି ମୀନତି ବନଛୋର ।

ଅଭିଯୁକ୍ତ ସ୍ୱାମୀ ଧୀରେନ ବନଛୋର ଓ ସ୍ତ୍ରୀ ମୀନତି ମଧ୍ୟରେ କୌଣସି କାରଣକୁ ନେଇ ଶୁକ୍ରବାର ବଚସା ହୋଇଥିଲା । ଏଥିରେ ଧୀରେନ ଉତ୍ୟକ୍ତ ହୋଇ ଏକ ବାଡିରେ ସ୍ତ୍ରୀକୁ ପଟି ପିଟି ସ୍ତ୍ରୀକୁ ହତ୍ୟା କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking