31.1 C
Bhubaneswar
Friday, March 29, 2024
Homeଓଡିଶାସ୍ୱାମୀଙ୍କର ଚାଲିଥିଲା ଚୋରା ପୀରତି ଆଉ ତା’ ପରେ

ସ୍ୱାମୀଙ୍କର ଚାଲିଥିଲା ଚୋରା ପୀରତି ଆଉ ତା’ ପରେ

ଯାଜପୁର : ସ୍ୱାମୀଙ୍କର ଚାଲିଥିଲା ଚୋରା ପିରତି। ଅନ୍ୟ ଏକ ମହିଳାଙ୍କ ସହ ସ୍ୱାମୀଙ୍କ ସମ୍ପର୍କକୁ ପତ୍ନୀ ପକ୍ଷେ ଅସହ୍ୟ ହେଲା । ହେଲେ ପାଟି ଫିଟାଇଲେ ମାଡ଼, ଗାଳି ପଡ଼ୁଥିଲା। ଏହି କଳି ଏତେ ଭୟଙ୍କର ହେଲା ଯେ, ନିଜ ପତ୍ନୀଙ୍କୁ ମାରପିଟ କରିବା ସହ କିରୋସିନି ଢାଳି ହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମହିଳାଜଣକ ଏବେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଯାଜପୁର ରୋଡ ଥାନା ଅନ୍ତର୍ଗତ ନୂଆ ମାର୍କେଟ ଗାନ୍ଧି ଛକ ନିକଟରେ ଘଟିଥିବା ସୂଚନା ମିଳିଛ।
ସୂଚନା ଅନୁଯାୟୀ, ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ବିଷୟରେ ଜାଣିବା ପରେ ପତ୍ନୀ ଏହାର ପ୍ରତିବାଦ କରିଥିଲେ। ଏଥିଯୋଗୁ ପତ୍ନୀଙ୍କୁ ସ୍ୱାମୀ ଅନେକ ସମୟରେ ନିସ୍ତୁକ ମାଡ଼ ମାରୁଥିଲେ। ଏଥିରେ ଅତିଷ୍ଠ ହୋଇ ସେ ଅନେକ ସମୟରେ ନିଜ ବାପ ଘରକୁ ପଳାଉଥିଲେ। ହେଲେ ବୁଧବାର ବ୍ୟକ୍ତିଜଣକ ଜଣେ ମହିଳାଙ୍କ ସହ ଫୋନରେ ଗପୁଥିବା ବେଳେ ଏହା ଦେଖି ତାଙ୍କ ସ୍ତ୍ରୀ ବାରଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପତ୍ନୀଙ୍କୁ ତାଙ୍କ ସ୍ୱାମୀ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ।
ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଯାଜପୁର ରୋଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ମହିଳାଙ୍କ ଶରୀର ୮୦ ଭାଗରୁ ଅଧିକ ପୋଡ଼ିଯାଇଛି । ଏହି ଘଟଣା ବର୍ତମାନ ସୁଦ୍ଧା ବି ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଖବର ପାଇ ଯାଜପୁର ରୋଡ ପୁଲିସ୍ ପହଞ୍ଚି ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking