40.1 C
Bhubaneswar
Thursday, April 25, 2024
Homeଅପରାଧଟଙ୍କା ପାଇଁ ତୁଚ୍ଛ ହେଲା ସ୍ୱାମୀ-ସ୍ତ୍ରୀର ସମ୍ପର୍କ

ଟଙ୍କା ପାଇଁ ତୁଚ୍ଛ ହେଲା ସ୍ୱାମୀ-ସ୍ତ୍ରୀର ସମ୍ପର୍କ

ଚଣ୍ଡିଗଡ: ଟଙ୍କା ପାଇଁ ତୁଚ୍ଛ ହେଲା ସ୍ୱାମୀ ସ୍ତ୍ରୀର ସାତ ଜନ୍ମର ସମ୍ପର୍କ । ବୀମା ଟଙ୍କା ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ପଞ୍ଜାବର ଅମୃତସରରେ । ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି । ସୂଚନା ଅନୁଯାୟୀ, ପଞ୍ଜାବ ଅମୃତସର ବୁଲାରାର ନିବାସୀ ମନଜୀତ ସିଂ । ଦୀର୍ଘ ୨୦ ବର୍ଷ ଧରି ମନଜିତ ଅସୁସ୍ଥ ଥିବ କାରଣରୁ ଟଙ୍କା ପଇସା ପାଇଁ ସ୍ୱାମୀ ଓ ସ୍ତ୍ରୀ ନରିନ୍ଦର କୈରଙ୍କ ମଧ୍ୟରେ ସବୁବେଳେ ଝଗଡା ହୁଏ । ହେଲେ ଗତ ୫ ତାରିଖ ଦିନ ସ୍ୱାମୀ ମନଜିତଙ୍କ ଔଷଧ ଆଣିବାକୁ ଉଭୟେ ସ୍ୱାମୀ-ସ୍ତ୍ରୀ ବଜାରକୁ ଯାଇଥିଲେ । ନରିନ୍ଦର କୈର ଜଣେ ବୀମା ଏଜେଣ୍ଟ ହୋଇଥିବାରୁ ସେ ନିଜ ସ୍ୱାମୀଙ୍କ ନାଁରେ ବୀମା ମଧ୍ୟ କରିଥିଲେ ।

ହେଲେ ସ୍ୱାମୀଙ୍କ ନାଁରେ ଥିବା ବୀମା ଟଙ୍କା ହଡପ କରିବା ପାଇଁ ସ୍ତ୍ରୀ କରିଥିଲା ଯୋଜନା । ରାସ୍ତାରେ ସ୍ୱାମୀଙ୍କ ସହ ମେଡିସିନ ପାଇଁ ଯିବା ବାଟରେ ଧାରୁଆ ଅସ୍ତ୍ରରେ ମନଜିତଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲା ସ୍ତ୍ରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିଛି ଦୁର୍ବୃତ୍ତ ସ୍ୱାମୀଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସକୁ କହିଥିଲେ ନରିନ୍ଦର । ହେଲେ ତାଙ୍କର ଏ ଚକ୍ରାନ୍ତ ଜାଣି ପାରିଥିଲା ପୋଲିସ । ଘଟଣାର ସାଇଣ୍ଟିଫିକ ଯାଞ୍ଚ ହେବାରୁ ପଦାକୁ ଆସିଥିଲା ପୁରା ଘଟଣା । ଆଉ ନିଜ ସ୍ୱାମୀଙ୍କୁ ବୀମା ଟଙ୍କା ପାଇଁ ହତ୍ୟା କରିଥିବା କଥା ମାନିଥିଲେ ନରିନ୍ଦର । ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking