29.1 C
Bhubaneswar
Thursday, April 25, 2024
Homeଅପରାଧନବଦଂପତି ଙ୍କ ଝୁଲନ୍ତା ଶବ ଉଦ୍ଧାର

ନବଦଂପତି ଙ୍କ ଝୁଲନ୍ତା ଶବ ଉଦ୍ଧାର

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଗେଟଗୁଡା ନିକଟସ୍ଥ ଜଙ୍ଗଲ ରେ ଥିବା ଅସ୍ଥାୟୀ କୁଡିଆ ଠାରେ ନବଦମ୍ପତିଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି ମୂତ୍ର୍ୟୁ ର କାରଣ ଅସ୍ପଷ୍ଟ ରହିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ।
     ଗ୍ରାମବାସୀଙ୍କ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ଗତ କାଲି ରାତିରେ ଦଶମତ ଭତ୍ରା ଙ୍କ ସାନ ପୁଅ ନିତ୍ୟା ଭତ୍ରା ଓ ବୋହୂ ରୀନା ଗଣ୍ଡ ଘରେ ଖାଇ ଶୋଇ ପଡ଼ିଥିଲେ | ସକାଳୁ ପୁଅ ଓ ବୋହୂକୁ ଘରେ ନ ପାଇ ଜମି କୁ ଯାଇଥିବେ ଭାବି ପୁଅ ବୋହୂଙ୍କ ସକାଶେ ମା’ ଜୟନ୍ତୀ  ଜମିକୁ  ଚାହା ଧରି ଆସିଥିଲେ | ନିଜ ଜମିରେ ଦଂପତି ପ୍ରତିଦିନ ଇଟା ନିର୍ମାଣ କାମ କରନ୍ତି । କିନ୍ତୁ ଜମି ରେ ଥିବା ଅସ୍ଥାୟୀ କୁଡିଆ ରେ ଦୁଇ ଜଣକୁ ଝୁଲନ୍ତା ଅବସ୍ଥା ରେ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଏହିଠାରେ ସୂଚନା ଯୋଗ୍ୟ ଯେ,ନୀତ୍ୟା ଭତ୍ରା ଓ ରୀନା ଗଣ୍ଡ ଗୋଟିଏ ବର୍ଷ ହେଲା ପ୍ରେମ ବିବାହ କରିଥିଲେ , ଘର ସଂସାର ଭଲରେ ଚାଲୁଥିଲା|ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଅନୁମାନ କରିଛନ୍ତି ଗ୍ରାମବାସୀମାନେ।ଖବର ପାଇ ଆଇଆଇସି ଉମେଶ ଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଉମରକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ହେଲେ ଆତ୍ମହତ୍ୟାକୁ ନେଇ ସନ୍ଦେହ ପ୍ରକାଶ କରାଯାଉଛି | ଏହା ପଛରେ କଣ ରହିଛି କାରଣ ତାହା ପୋଲିସ ଖୋଜୁଛି |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking