26.1 C
Bhubaneswar
Wednesday, August 10, 2022
Homeଅପରାଧରାସ୍ତା ମଝିରେ ବୋହୂକୁ ବାଡ଼େଇଲେ ଶାଶୂ ଓ ସ୍ବାମୀ

ରାସ୍ତା ମଝିରେ ବୋହୂକୁ ବାଡ଼େଇଲେ ଶାଶୂ ଓ ସ୍ବାମୀ

ଜୟପୁର: ଘରୋଇ ହିଂସା ଏକ ଜଘନ୍ୟ ଅପରାଧ ହୋଇଥିଲେ ବି ଦେଶରେ ପ୍ରତିଦିନ ଘରୋଇ ହିଂସାର ଶିକାର ହେଉଛନ୍ତି ମହିଳା। ରାଜସ୍ଥାନର ଚୁରୁ ଜିଲ୍ଲାର ସରଦାରସହରରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଜଣେ ମହିଳାଙ୍କୁ ତାଙ୍କ ଶାଶୂ ଓ ସ୍ବାମୀ ରାସ୍ତା ମଝିରେ ବାଡ଼ୋଉ ଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମହିଳାଙ୍କ କହିବା କଥା ହେଉଛି ସେ ବିବାହ କରି ଆସିବା ଦିନରୁ ହିଁ ତାଙ୍କ ପରିବାର ଲୋକ ତାଙ୍କୁ ମାରପିଟ୍‌ କରୁଛନ୍ତି।

ଘରୋଇ ହିଂସାର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ପ୍ରୀତି। ଭିଡିଓ‌ରେ ଦେଖିବାକୁ ମିଳିଛି ‌ଯେ ପ୍ରୀତିଙ୍କୁ ତାଙ୍କ ଶାଶୂ ଭଗବତୀ ମୋଦୀ ଓ ସ୍ବାମୀ ଦିନେଶ ମୋଦୀ ବଜାର ମଝିରେ ଲୋକଭିଡ଼ ସତ୍ତ୍ବେ ମାଡ଼ ଉପରେ ମାଡ଼ ଦେଇ ଚାଲିଛନ୍ତି। ସେଠାରେ ଥିବା ଲୋକମାନଙ୍କ ମଧ୍ୟରୁ କେହି ବି ହେଲେ ପ୍ରୀତିଙ୍କୁ ମାଡ଼ ଖାଇବାରୁ ଅଟକାଉ ନାହାନ୍ତି। ବରଂ କିଛି ଲୋକ ସେଠାରେ ଛିଡ଼ା ହୋଇ ଭିଡିଓ କରୁଥିବାର ନଜର ଆସିଛନ୍ତି। ଏହି ମାମଲାଟି ପୁଲିସ୍‌ ପର୍ଯ୍ୟନ୍ତ ଯିବା ପରେ ପୁଲିସ୍‌ ଗୁରୁତର ପ୍ରୀତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଛି। ପୁଲିସ୍‌ ଉଭୟ ଶାଶୂ ଓ ସ୍ବାମୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking