34.1 C
Bhubaneswar
Thursday, April 25, 2024
Homeଅପରାଧସ୍ୱାମୀଙ୍କୁ ହତ୍ୟା ଅଭିଯୋଗ, ଦ୍ୱିତୀୟ ପତ୍ନୀ ଗିରଫ

ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ, ଦ୍ୱିତୀୟ ପତ୍ନୀ ଗିରଫ

ପାତ୍ରପୁର: ଜରଡା ଥାନା ଅନ୍ତର୍ଗତ ମହାଦେଇପୁର ଗ୍ରାମ ରାସ୍ତା କଡ଼ରେ ଆନ୍ଧ୍ରର ଜଣେ ମହିଳା ନିଜ ସ୍ୱାମୀଙ୍କୁ ଗାମୁଛାରେ ବେକକୁ ଭିଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶର କାଞ୍ଚିଲି ଥାନା ଅଧୀନ ଜେନାଘାଇ ଗ୍ରାମର ଜଟିଆ ଓଲେୟା (୫୨) । ମିଳିଥିବା ସୂଚନା ପ୍ରକାରେ ଓଲେୟା ଓ ତାଙ୍କ ଦ୍ୱିତୀୟ ପତ୍ନୀ ହେମା ଶବର (ଦମୟନ୍ତୀ) (୩୯) ଦୀର୍ଘ ୨୫ ବର୍ଷ ହେଲା ଆନ୍ଧ୍ରରେ ରହୁଥିବା ବେଳେ ସୀମାନ୍ତ ଓଡ଼ିଶା ରାଜ୍ୟର ବିଭିନ୍ନ ଗ୍ରାମକୁ କାମଧନ୍ଦା ପାଇଁ ଯିବା ଆସିବା କରି ଆସୁଥିଲେ ।

ଆଜି ସକାଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଶେଷରେ ଉତ୍ୟକ୍ତ ହୋଇ ଦ୍ୱିତୀୟ ପତ୍ନୀ ହେମା ଶବର ବେକରେ ଗାମୁଛା ଭିଡ଼ି ଓଲେୟାଙ୍କୁ ହତ୍ୟା କରିଥିଲେ । ପୁଲିସ ଖବର ପାଇ ହେମାକୁ ନିଜଗାଁରୁ ଉଠାଇ ଆଣି ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତକଙ୍କ ପରିବାର ଲୋକେ ପହଞ୍ଚିବା ସହ ଜରଡା ଥାନାରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking