32.1 C
Bhubaneswar
Thursday, March 28, 2024
Homeଅପରାଧଶାରୀରିକ ସମ୍ପର୍କ ରଖୁଥିବା ସମୟରେ ସ୍ୱାମୀ ପତ୍ନୀଙ୍କ ସହ କଲେ ଏମିତି....

ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ସ୍ୱାମୀ ପତ୍ନୀଙ୍କ ସହ କଲେ ଏମିତି….

ବ୍ରାଜିଲ : ଅନେକ ସମୟରେ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଅଘଟଣ ହୋଉଥିବା ଦେକିବାକୁ ମିଳୁଛି । ତେବେ ଏଭଳି ଏକ ଘଟଣା ମଧ୍ୟ ଦେଖିବାକୁ ମଳିଛି ବ୍ରାଜିଲରେ । ଶାରୀରିକ ସମ୍ପର୍କ ସମୟରେ ସ୍ୱାମୀ ପତ୍ନୀଙ୍କ ଗଳା କାଟି ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଲୋମଟାଙ୍କୁରା ଘଟଣା ବ୍ରାଜିଲର ସାଓ ପୋଲୋର ବର୍ଜି ପଲିଷ୍ଟା ନାମକ ଅଞ୍ଚଳରେ ଘଟିଛି । ୨୧ବର୍ଷୀୟ ଅଭିଯୁକ୍ତ ମର୍ସିଲୋ ଅରୋଜୋକୁ ପୁଲିସ ଏହି ଘଟଣାରେ ଗିରଫ କରି ନେଇଛି ।
୨୦୧୯ ଡିସେମ୍ବର ୨୨ର ଏହି ଘଟଣାକୁ ନେଇ ୬ ସପ୍ତାହ ଯାଞ୍ଚ ଚାଲିବା ପରେ ଘଟଣା ସହିତ ସମ୍ପୃକ୍ତ ଥିବା ବିଭିନ୍ନ ପ୍ରକାର ପ୍ରମାଣ ଏକାଠି ହୋଇଥିଲା । ଇର୍ଷା କାରଣରୁ ମର୍ସିଲୋ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ସ୍ୱାମୀ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ଏହାକୁ କେନ୍ଦ୍ର କରି ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା । ଏହାପୂର୍ବରୁ ପତ୍ନୀ ହତ୍ୟାକାରୀ ହତ୍ୟା ଘଟଣାକୁ ନେଇ ଅଲଗାଅଲଗା ବୟାନ ଦେଇ ଆସୁଥିଲା ସ୍ୱାମୀ ।
ହତ୍ୟାକାରୀ ସ୍ୱାମୀ ମର୍ସିଲୋ ଅରୋଜୋ ପତ୍ନୀ ଫ୍ରେସିନେଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଏକ ଧାରୁଆ ବ୍ଲେଡ୍ରେ ତାଙ୍କର ଗଳା କାଟି ହତ୍ୟା କରିଥିଲା । ଏହାପରେ ମର୍ସିଲୋ ନିଜେ ବି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking