30.1 C
Bhubaneswar
Wednesday, April 24, 2024
Homeଓଡିଶାମାଛ ଜାଲରେ ବିରାଟକାୟ ତିମି

ମାଛ ଜାଲରେ ବିରାଟକାୟ ତିମି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନାପୁର ସମୁଦ୍ର ନିକଟରେ ଏକ ବଡ଼ ତିମି ମାଛ ଦେଖିବାକୁ ମିଳିଛି  । ଆଜି ସୋନାପୁର ଅଞ୍ଚଳର କିଛି ମତ୍ସଜିବୀ ମାଛ ଧରିବାକୁ ସମୁଦ୍ରକୁ ଯାଉଥିବା ବେଳେ ହଠାତ୍ ମାଛ ଜାଲରେ ଏକ ବଡ ତିମି ମାଛ ଲାଗିଥିଲା  । ପରେ ମତ୍ସଜିବୀ ମାନେ ଜାଲଟିକୁ ବେଳଭୂମି ନିକଟକୁ ଆସି ମାଛଟିକୁ କାଢି ପୁଣି ପାଣିରେ ଛାଡିବାକୁ ଉଦ୍ୟମ କରିଥିଲେ  । ତିମି ମାଛଟି ବିରାଟକାୟ ହୋଇଥିବା ବେଳେ ଏହାର ଲମ୍ୱ ପ୍ରାୟ ୨୫ ଫୁଟ ବୋଲି ଜଣାପଡିଛି  । ତେବେ ଆଜି ସକାଳେ ପାଣି ଭିତରକୁ ଛାଡିବାକୁ ଉଦ୍ୟମ କରିଥିଲେ ସୁଦ୍ଧା କିଛି ବାଟ ଯାଇ ଯଥେଷ୍ଟ ପାଣି ନ ପାଇବାରୁ ତିମିଟି ପୁଣି କୂଳରେ ଲାଗିଥିବା ଜଣାପଡିଛି  । ତେବେ ଗତ ସପ୍ତାହ ତଳେ ଗୋପାଳପୁପ ବେଳାଭୂମିରେ ଏହି ପ୍ରଜାତିର ସାର୍କ ହ୍ୱେଲ୍ ମତ୍ସଜିବୀଙ୍କ ଜାଲରେ ଲାଗିଥିଲା   । ପରବର୍ତ୍ତୀ ସମୟରେ ସୁରକ୍ଷିତ ଭାବେ ମତ୍ସଜିବୀ ମାନେ ତିମିଟିକୁ ସମୁଦ୍ର ମଧ୍ୟକୁ ଛାଡିଦେଇଥିଲେ  । ତେବେ ଗଞ୍ଜାମ ସମୁଦ୍ର ତବବର୍ତ୍ତୀ ଅଞ୍ଚଳରେ ଏଭଳି ବିରଳ ପ୍ରଜାତିର ସାର୍କ ହ୍ୱେଲ କେଉଁ ପରିସ୍ଥିତିରେ ଦେଖାଯାଉଛନ୍ତି ତହା ଗବେଶଣା ପରେ ହିଁ ଜଣାପଡିବ । ସେପଟେ ସୋନାପୁର ବେଳାଭୂମି ନିକଟରେ ଉଦ୍ଧାର ହୋଇଥିବା ଏହି ବିରାଟକାୟ ତିମି ମାଛ କିଭଳି ସମୁଦ୍ର ମଧ୍ୟକୁ ପୁଣି ଯିବ ସେ ନେଇ ବନ ବିଭାଗ ଉଦ୍ୟମ କରୁଥିବା ଜଣାପଡିଛି ।
https://onakhabar.com/2020/03/02/narasimha-dam-massacre-on-behalf-of-karan-samaj/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking