28.1 C
Bhubaneswar
Thursday, March 28, 2024
Homeଓଡିଶାସମ୍ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପଚାର : ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

ସମ୍ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପଚାର : ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

ଭୁବନେଶ୍ୱର, : ଜଣେ ମହିଳାଙ୍କ ପେଟରୁ ୧୦.୫ କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ
ହୋଇଛନ୍ତି ସମ୍ ହସ୍ପିଟାଲର ସର୍ଜନ । କଳାହାଣ୍ଡି ଅଂଚଳର ୫୦ ବର୍ଷିୀୟା ମହିଳାଙ୍କ ପେଟରେ ଏହି ଟ୍ୟୁମର ସୃଷ୍ଟି
ହୋଇଥିବା ବେଳେ ସଫଳତାର ସହ ଏହାକୁ ବାହାର କରିପାରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ
ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ଆସୋସିଏଟ
ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଓ ତାଙ୍କ ଟିମ୍ ।
ଦୀର୍ଘ ଦୁଇ ବର୍ଷ ଧରି ମହିଳା ଜଣଙ୍କର ପେଟ ଅସ୍ୱାଭାବିକ ଭାବେ ଫୁଲି ରହିଥିବା ବେଳେ ସେ ଠିକ୍ ଭାବରେ
ଚଲାବୁଲା ମଧ୍ୟ କରି ପାରୁନଥିଲେ । ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇ ନିରାଶ ହେବା ପରେ ଶେଷରେ ସମ୍
ହସ୍ପିଟାଲକୁ ଆସି ଡାକ୍ତର ପଣ୍ଡାଙ୍କ ନିକଟରେ ଏହି ମହିଳା ଜଣକ ଚିକିତ୍ସା ଆରମ୍ଭ କରିଥିଲେ ।
ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ମହିଳା ଜଣକ କର୍କଟ ରୋଗରେ ପୀଡିତ ଥିବାର ଜଣାପଡିଥିଲା ଏବଂ ତାଙ୍କ
ତଳିପେଟରେ ଏକ ବଡ ଟ୍ୟୁମର ସୃଷ୍ଟି ହୋଇଥିବା ଜଣାପଡିଥିଲା । ଏପରି ସମସ୍ୟାକୁ ଲିୟୋମାୟୋସାରକୋମା
କୁହାଯାଏ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।
ଏହା ଏକ ବଡ ଟ୍ୟୁମର ଥିଲା ଏବଂ ପେଟ ଭିତରେ ଅନ୍ୟ ଅଙ୍ଗ ଗୁଡିକ ସହ ମଧ୍ୟ ଏହା ଯୋଡ଼ି ହୋଇ
ରହିଥଲା । ତେଣୁ ଟ୍ୟୁମରଟିକୁ ଅନ୍ୟ ଅଙ୍ଗ ଗୁଡିକ ଠାରୁ ଅଲଗା କରି ଅସ୍ତ୍ରୋପଚାର ଜରିଆରେ ବାହାର କରିବା ଖୁବ୍
କଷ୍ଟକର ଥିଲା । ତେବୁ ଅତ୍ୟନ୍ତ ଯତ୍ନ ଓ ସତର୍କତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଡାକ୍ତର ପଣ୍ଡା
କହିଛନ୍ତି ।
ଏଭଳି ସମସ୍ୟା ଆରମ୍ଭରୁ ଜଣାପଡେ ନାହିଁ ଏବଂ ପରବର୍ତୀ ଅବସ୍ଥାରେ ଏହା ଗୁରୁତର ହୋଇ ଉଠିଥାଏ ।
ତେଣୁ ଆମେ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରିଛୁ ଏବଂ ରୋଗୀ ଜଣକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ
ହୋଇଛନ୍ତି ବୋଲି ଡାକ୍ତର ପଣ୍ଡା କହିଛନ୍ତି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଅସ୍ତ୍ରୋପଚାର କରାଯାଇଛି । ଡାକ୍ତର ପଣ୍ଡାଙ୍କ ସମେତ ଅସ୍ତ୍ରୋପଚାର
ଟିମରେ ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଶାଶ୍ୱତ ପଟ୍ଟନାୟକ ଓ ସର୍ଜିକାଲ ଅଙ୍କୋଲୋଜି ବିଭାଗର ଡାକ୍ତର ସି.
ପ୍ରଥମେଶ ଏବଂ ଡାକ୍ତର କେ. ବିକାଶ ପ୍ରମୁଖ ସାମିଲ୍ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking