38.1 C
Bhubaneswar
Saturday, April 20, 2024
Homeଓଡିଶାଅପହଞ୍ଚ ଅଞ୍ଚଳରେ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟରୁ ବିଶାଳ ସ୍ୱାସ୍ଥ୍ୟସେବା ଶିବିର

ଅପହଞ୍ଚ ଅଞ୍ଚଳରେ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟରୁ ବିଶାଳ ସ୍ୱାସ୍ଥ୍ୟସେବା ଶିବିର

ବ୍ରହ୍ମପୁର : ଦୁର୍ଗମ ଅପହଞ୍ଚ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇଛି କଟକର ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ । ଦୀର୍ଘ ୧୫ବର୍ଷ ଧରି ଆର୍ଥିକ ଦୁର୍ବଳ ତଥତା ଗରିବ ରୋଗଗ୍ରସ୍ତ ପରିବାରଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି ଏହି ଟ୍ରଷ୍ଟ । ରବିବାର ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ଟ୍ରଷ୍ଟ ଦ୍ୱାରା ଏକ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଛି । ଚନ୍ଦ୍ରଗିରିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମାଗଣା ସ୍ୱାସ୍ଥ୍ୟ ଶିବିରରେ ବର୍ଷା ସତ୍ତ୍ୱେ ପ୍ରବଳ ଭିଡ଼ ହୋଇଥିଲା । କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ସମସ୍ତଙ୍କ ଆଣ୍ଟିଜେନ୍ ପରୀକ୍ଷା ସହ ସମ।।ଜିକ ଦୂରତା ରକ୍ଷା ଏବଂ ସ୍କ୍ରିନିଂ କରି ଶିବିରକୁ ଛଡ଼ାଯାଉଥିଲା । ଟ୍ରଷ୍ଟର ମୁଖ୍ୟ ଉଦ୍ୟୋକ୍ତା ତଥଥା ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଅଧ୍ୟକ୍ଷ ପ୍ରଫେସର୍ ଠ. ଦତ୍ତେଶ୍ୱର ହୋତାଙ୍କ ତତ୍ତ୍ୱାବଧାନରେ ଶିବିର ସୁପରିଚାଳିତ ତଥା ସଫଳ ହୋଇଥିଲା । ସ୍ୱାସ୍ଥ୍ୟ ଶିବିରକୁ ମୋହନା ବିଡିଓ ସାର୍ଥକ ସୌରଭ ମହାପାତ୍ର ଉଦ୍‌ଘାଟନ କରିଥିଲେ ।

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ. ପ୍ରଦୀପ କୁମାର ପାତ୍ର ଏଭଳି ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିଛନ୍ତି । ଶିବର ମାଧ୍ୟମରେ ବହୁ ଗରିବ ଲୋକ ଉପକୃତ ହୋଇପାରିଛନ୍ତି । ଅସାଧ୍ୟ ରୋଗର ଚିକିତ୍ସା ସେବା ପାଇପାରିଛନ୍ତି ବୋଲି କହିଛନ୍ତି । ବିଡିଓ ଆହୁରି କହିଛନ୍ତି ଯେ, ସମ।।ଜିକ ସେବା କ୍ଷେତ୍ରରେ ଏହା ଏକ ନୂଆ ଉଦ୍ୟମ । ୧୪ଟି ବିଭାଗର ବିଶେଷଜ୍ଞ ଚିକିତ୍ସିକମାନଙ୍କୁ ନେଇ ସ୍ୱାସ୍ଥ୍ୟ ସେବା ଶିବିର ପ୍ରଥମ ଥର ଦେଖିବାକୁ ମିଳିଛି । ଟ୍ରଷ୍ଟର ଯେଉଁ ଲକ୍ଷ ରହିଛି ମୋହନା ବ୍ଳକ୍‌ର ଗରିବ ଲୋକମାନେ ସହଜ ଓ ସୁବିଧା ଉପାୟରେ ଚିକିତ୍ସା ସେବା ପାଇପାରିଛନ୍ତି । ଏହା ଏକ ପବିତ୍ର ଚିନ୍ତାଧାରା ଓ ଉତ୍ତମ ପଦକ୍ଷେପ । ଏହିପରି ଶିବିର କରିଥିବାରୁ ଆୟୋଜକଙ୍କୁ କୃତଜ୍ଞତା ଜଣାଇଛନ୍ତି ବୋଲି କହିଛନ୍ତି ବିଡିଓ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ଷଢ଼ଙ୍ଗୀ ଶିବିର ଆୟୋଜନରେ ସହଯୋଗ କରିଥିଲେ । ଟ୍ରଷ୍ଟ ସମ୍ପାଦକ ରାଜେଶ୍ୱର ହୋତାଙ୍କ ପରିଚାଳନାରେ ହୋଇଥିବା ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା ଓ ସମ୍ବଲପୁରରୁ ବିଶେଷଜ୍ଞମାନେ ଚିକିତ୍ସା ସେବା ଯୋଗାଇ ଦେଉଥିଲେ ।

ଆଧୁନିକ ପଦ୍ଧତି ଅନୁଶରଣରେ ଏଣ୍ଡୋସ୍କୋପି, ପିଏଫ୍‌ଜି, ଇସିଜି ଓ ବିଭିନ୍ନ ରକ୍ତ ପରୀକ୍ଷା କରାଯାଇ ରୋଗ ନିରୁପଣ ସହ ତାହାର ଚିକିତ୍ସା କରାଯାଇଥିଲା । ଶିବିରର ପ୍ରସୂତି ଓ ସ୍ତ୍ରୀ ରୋଗ, ଶଲ୍ୟ, ଅସ୍ଥିଶଲ୍ୟ, ମୂତ୍ର, ରୋଗ, କିଡନୀ ରୋଗ, ଶିଶୁ ରୋଗ, ଭେଷଜ, ହୃଦ୍‌ରୋଗ, ଚର୍ମ ଓ ଯୌନ, ଚକ୍ଷୁ ଓ ଦନ୍ତ ରୋଗର ଚିକିତ୍ସା ସଙ୍ଗେ ମାଗଣାରେ ଔଷଧ ଓ ଚଷମ ବଣ୍ଟ କରାଯାଇଥିଲା । କଟକରୁ ଡ. ଦତ୍ତେଶ୍ୱର ହୋତା, ଡ. ସୌମ୍ୟ ତ୍ରିପାଠୀ, ଡ. ରୀନା ତ୍ରିପାଠୀ, , ଡ. ଜୀବନ ଜ୍ୟୋତି ମିଶ୍ର, ଡ. ଅରୁଣ ଆଚାର୍ଯ୍ୟ, ଡ. ହଳଧର ନାୟକ, ଡ. ସୁବତ୍ର ବେହେରା, ଡ. ସୁଦ୍ଧାର୍ଥ ଦାସ, ଡ. ପ୍ରସନ୍ନଜିତ୍ ମହାନ୍ତି, ଡ. ଗୌରବ ଶର୍ମା, ଡ. ବିଶଷ୍ୱଜିତ୍ ସାହୁ, ଭୁବନେଶ୍ୱରରୁ ଡ . ସିଦ୍ଧାନ୍ତ କର, ଡ. ଅରକ୍ଷିତ ସ୍ୱାଇଁ, ଡ. ଲିଙ୍ଗରାଜ ପ୍ରଧାନ, ଡ. ପତି, ଡ. ପ୍ରଶାନ୍ତ ପରିଡ଼ା, ଡ. ରଞ୍ଜନ ମହାନ୍ତି, ବୁର୍ଲାରୁ ଡ. ଦେବାଶିଷ ବେହେରା, , ଡ. ପଟେଲ୍‌, ଡ. ମୀନା ରୋଗୀଙ୍କ ଚିକିତ୍ସା କରିଥିଲେ ।

ଟ୍ରଷ୍ଟର ମୁଖ୍ୟ ଡ. ଦତ୍ତେଶ୍ୱର ହୋତା କହିଛନ୍ତି ଯେ, ଦୁର୍ଗମ ଅପହଞ୍ଚ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଟ୍ରଷ୍ଟର ଲକ୍ଷ୍ୟ । ରାଜ୍ୟର ସମସ୍ତ ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଶିବରି କରାଯାଇଛି । ଗଜପତି ଥିଲା ୨୮ ନଂ ଜିଲ୍ଲା ଓ ମୋଟରେ ଏହା ଥିଲା ୩୬ତମ ସ୍ୱାସ୍ଥ୍ୟ ସେବା ଶିବିର । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୦ ହଜାରରୁ ଅଧିକ ରୋଗୀ ଟ୍ରଷ୍ଟର ସ୍ୱାସ୍ଥ୍ୟ ଶିବିର ଜରିଆରେ ମାଗଣା ଚିକିତ୍ସା ସେବା ପାଇସାରିଲେଣି । ସେ ଆହୁରି କହିଛନ୍ତି ଯେ, କେବଳ ଗୋଟିଏ ଦିନ ଶିବିର କରିବା ଲକ୍ଷ ନୁହେଁ । ଶିବିରର ଚିହ୍ନଟ ରୋଗୀଙ୍କ ମାଗଣା ଓ ସହଜ ଚିକିତ୍ସା କିପରି ହୋଇପାରିବ ତାହାର ମଧ୍ୟ ବ୍ରବସ୍ଥା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking