34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗହ୍ୱାଟସଆପରେ ଏମିତି କରନ୍ତୁ ମେସେଜ ସେଡ୍ୟୁଲ

ହ୍ୱାଟସଆପରେ ଏମିତି କରନ୍ତୁ ମେସେଜ ସେଡ୍ୟୁଲ

ନୂଆଦିଲ୍ଲୀ: ଆଜିକାଲି ଆମେ ସମସ୍ତେ ଫଟୋ ଓ ଭିଡିଓ ସେୟାର କରିବା ଠାରୁ ଆରମ୍ଭ କରି ମେସେଜ ପଠାଇବା ପର୍ଯ୍ୟନ୍ତ ହ୍ୱାଟସଆପ ବ୍ୟବହାର କରିଥାଉ । ଅନେକ ସମୟରେ ଖାସ୍ ବ୍ୟକ୍ତି କିମ୍ବା ପରିବାରର କୌଣସି ସଦସ୍ୟଙ୍କୁ କିଛି ଶୁଭେଚ୍ଛା ଜଣାଇବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଗି ରହିବାକୁ ପଡିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଟ୍ରିକ ବତାଇବୁ ଯାହାଦ୍ୱାରା, ମେସେଜ ଆପେ ଆପେ ସେଣ୍ଡ ହୋଇଯିବ । ଆଉ ଆପଣଙ୍କୁ ବିଳମ୍ବିତ ରାତି ଯାଏଁ ଜଗି ରହିବାକୁ ପଡିବନି ।
କିପରି କରିବେ ମେସେଜ ସେଡ୍ୟୁଲ
ଆପମଙ୍କୁ ହ୍ୱାଟସଆପରେ ମେସେଜ ସେଡ୍ୟୁଲ କରିବା ପାଇଁ ଥାର୍ଡ ପାର୍ଟିର ସାହାଯ୍ୟ ନେବାକୁ ପଡିବ । କାରଣ ମେସେଜିଂ ଆପ ପ୍ଲାଟଫର୍ମରେ ବର୍ତମାନ ମେସେଜ ସେଡ୍ୟୁଲ କରିବାର ସୁବିଧା ନାହିଁ । ତାହେଲେ କିପରି କରିବେ..
ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ ସ୍କେଡିଟ୍ ଆପ୍ ଡାଉନଲୋଡ କରନ୍ତୁ ।
ସ୍କେଡିଟ୍ ଆପ ଓପନ କରିବା ପରେ ଏହାକୁ ଲଗଇନ କରନ୍ତୁ
ସେଥିରେ ଆପଣଙ୍କୁ ମେନ୍ୟୁ ଦେଖାଯିବ । ସେଥିରୁ ହ୍ୱାଟସଆପ ବିକଳ୍ପ ବାଛନ୍ତୁ
ଏନେବଲ ଆକ୍ସେସବିଲିଟି ଉପରେ ଟାପ୍ କରି ସ୍କେଡିଟକୁ ଯାଇ ଟଗଲ୍ ଅନ କରନ୍ତୁ
ଏହାପରେ ଆଲାଉ ଉପରେ କ୍ଲିକ କରନ୍ତୁ
ଏବେ ପୁଣି ଆପକୁ ଯାଆନ୍ତୁ
ସେଠାରେ ଆପଣଙ୍କୁ ଆସ୍କ ମି ବିଫୋର୍ ସେଣ୍ଡିଂ ଅପ୍ସନ ଦେଖାଯିବ । ଯଦି ଆପଣ ତାକୁ ଅନ କରୁଛନ୍ତି, ତେବେ ମେସେଜ ସେଣ୍ଡ ହେବା ପୂର୍ବରୁ ଆପଣଙ୍କୁ ଏକ ନୋଟିଫିକେସନ ମିଳିବ । ଯାହା ଉପରେ କ୍ଲିକ କରିବା ପରେ ମେସେଜ ପଠା ଯାଇପାରିବ । ଯଦି ଏହାକୁ ଅଫ କରି ଦେଉଛନ୍ତି, ତେବେ ମେସେଜ ଆପେ ଆପେ ସେଣ୍ଡ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking