32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକିପରି କରିବେ ବାସ୍ତୁ ଦୋଷ ଦୂର

କିପରି କରିବେ ବାସ୍ତୁ ଦୋଷ ଦୂର

ଭୁବନେଶ୍ୱର,( ଓଏନଏ ):ବାସ୍ତୁଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ ସୁଖସମୃଦ୍ଧି ପାଇଁ , ଲାଗି ରହୁଥିବା ସମସ୍ୟାର କାରଣ ବାସ୍ତୁ ଦୋଷ। ବାସ୍ତୁ ଦୋଷ କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ପାଇଁ ବ୍ୟକ୍ତି ଶାରିରୀକ ଓ ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇଥାଆନ୍ତି। ମାତ୍ର କିଛି ସରଳ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।  ଆସନ୍ତୁ ଜାଣିବା କେଉଁ ଉପାୟରେ ଘରର ବାସ୍ତୁ ଦୋଷ ଦୁର କରିପାରିବା ।
୧-ଗୃହର ବାସ୍ତୁ ଏହାର ପ୍ରବେଶ ପଥରୁ ଦେଖାଯାଇଥାଏ । ତେଣୁ ଘରର ମୁଖ୍ୟ ଦ୍ୱାରକୁ ସଫା ଓ ଆଲୋକିତ ରଖନ୍ତୁ ।
୨- ଘରର ମୁଖ୍ୟ ଦ୍ୱାରରେ ଓମ୍ ଓ ସ୍ୱସ୍ତିକ ଚିହ୍ନ ନିଶ୍ଚୟ ଲଗାନ୍ତୁ । ଏହାଦ୍ୱାରା ଘରକୁ ସକରାତ୍ମକ ପ୍ରଭାବ ପଡ଼ିଥାଏ ।
୩- ଘରର ଉତ୍ତର ପୁର୍ବ ବା ଐଶାନ କୋଣରେ ଗୃହର ମନ୍ଦିର ସ୍ଥାପନା କରନ୍ତୁ । ଏହା ଆପଣଙ୍କ ମନକୁ ଶାନ୍ତ ରଖିବ ।
୪- ଗୃହର ପୁର୍ବ ଦିଗରେ ଉଦୟ ହେଉଥିବା ସୁର୍ଯ୍ୟଙ୍କ ପ୍ରତିମା ଲଗାନ୍ତୁ । ଏହା ଆପଣଙ୍କ କର୍ମ କ୍ଷେତ୍ର ତଥା ବ୍ୟବସାୟରେ ଉନ୍ନତି କରାଇଥାଏ ।
୫- ଯଦି ଗୃହର ରୋଷେଇ ଘର ଦକ୍ଷିଣ ପୁର୍ବ ତଥା ଆଗ୍ନେୟ କୋଣରେ ରଖୁଛନ୍ତି ଏହା ଆପଣଙ୍କ ଧନକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୬- ସ୍ୱାମୀ , ସ୍ତ୍ରୀଙ୍କ ସମ୍ପର୍କ ଯଦି ଖରାପ ରହୁଛି ତେବେ ନିଜ ଶୋଇବା କକ୍ଷକୁ ଦକ୍ଷିଣ ପଶ୍ଚିମ ଦିଗକୁ ପରିବର୍ତ୍ତନ କରନ୍ତୁ । ଏଥିରେ ଆପଣଙ୍କ ସମ୍ପର୍କରେ ସୁଧାର ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking