37.1 C
Bhubaneswar
Thursday, March 28, 2024
HomeUncategorizedକେମିତି ଆରମ୍ଭ ହେଲା ଆଇପିଏଲ ?

କେମିତି ଆରମ୍ଭ ହେଲା ଆଇପିଏଲ ?

ନୂଆଦିଲ୍ଲୀ: ଲମ୍ବା ଛକା ଲାଗୁଥିବା, ଭଲ ଖେଳ ହେଉଥିବା ଓ ପଡିଆରେ ପୁରା ମନୋରଂଜନ ଓ ଗ୍ଲାମରରେ ଭରପୁୂର ହେଉଥିବା ମଇଦାନ ହେଉଛି ଆଇପିଏଲ । ଖେଳ ।ରମ୍ଭରୁ ହିଁ ଏହା ଲୋକଙ୍କ ଅତିପ୍ରିୟ ହଇପାରିଛି । ସମସ୍ତେ ଏହାକୁ ପସନ୍ଦ କରିଛନ୍ତି । ଯେତେବେଳେ ଆଇପିଏଲ ଆରମ୍ଭ ହୁଏ, ସେତେବେଳେ ଲୋକେ ମ୍ୟାଚ ଆରମ୍ଭ ପୂର୍ବରୁ ସମସ୍ତ କାମ ସାରିଦିଅନ୍ତି । ଆଉ ଯଦି କ୍ରିକେଟର କିଏ ବି ଦିଓନା ହୋଇନି, ଏହାକୁ ଦେଖିବା ପରେ ସେ ଅଟୋମେଟିକ ହୋଇଯାଏ । ତେବେ ଆଇପିଏଲ ବିଶେଷ ଭାବରେ ଏପ୍ରିଲ ଓ ମେ ମାସରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ସାରା ଦୁନିଆରେ ଅଧିକ ଦର୍ଶକ ଏକଜୁଟ କରିପାରୁଥିବା ପଡିଆ ହେଉଛି ଆଇପିଏଲ । ୨୦୦୮ ମସିହାରେ ଆଇପିଏଲ ଆରମ୍ଭ ହୋଇଥିଲା । ଓ ପରବର୍ତୀ ସମୟରେ ଏହା ସମସ୍ତଙ୍କର ଅଥି ଲୋକପ୍ରିୟ ହୋଇପାରିଥିଲା ।
ଏହା ପୂର୍ବରୁ ୨୦୦୭ ମସିହାରେ ଜି ଏଂଟରଟେନମେଂଟ ଏଂଟରପ୍ରାଇଜର୍ସ ଇଣ୍ଡିଆନ କ୍ରିକେଟ ଲିଗ୍ ନମାରେ ଏକ ଟି-୨୦ ଲିଗର ଆୟୋଜିତ କରିଥିଲା । ମାତ୍ର ବିସିସିଆଇ ଏହାକୁ ନେଇ ସେତେ ଖୁସି ନଥିଲା । ଆଉ ଏଥିପାଇଁ ବିସିସିଆଇ ନିଜର ଏକ ଲିଗ୍ ଆରମ୍ଭ କରିବାକୁ ନିଷ୍ପତି ନେଇଥିଲା । ପରେ ୨୦୦୭ରେ ହିଁ ବିସିସିଆଇ ଫ୍ରାଂଚାଇଜ ଉପରେ ଆଧାରିତ ଏକ ଲିଗ୍ ଆରମ୍ଭ କରିବାକୁ ଯାଉଛି ବୋଲି ଘୋଷେଣା କରିଥିଲା । ଯାହାର ନାଁ ହେଲା ଇଣ୍ଡିଆନ ପ୍ରିମିୟର ଲିଗ୍ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking