OnaKhabar

କେଉଁଠି କିପରି ପାଳିତ ହୁଏ ଶ୍ରମିକ ଦିବସ

ଭୁବନେଶ୍ୱର: ଆମେ ସମସ୍ତେ ତ ଭାରତ ବର୍ଷରେ ମେ ମାସ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରୁ । ଭାରତ ବ୍ୟତୀତ ଏହି ଦିବସକୁ ବିଭିନ୍ନ ରାଷ୍ଟ୍ରରେ ମଧ୍ୟ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା କେଉଁଠି କେମିତି ପାଳନ କରାଯାଏ, ଶ୍ରମିକ ଦିବସ ।
ତେବେ ଋଷିଆରେ ବି ଏହି ଶ୍ରମିକ ଦିବସ ପାଳନ କରାଯାଏ । ହେଲେ ମିଳିଥିବା ରିପୋର୍ଟ ଅନୁସାରେ, ୧୯୧୭ ମସିହାରେ ଯେ ପର୍ଯ୍ୟନ୍ତ ଅଫିସିଆଲ ଭାବେ ଏହା ଘୋଷଣା ହୋଇନଥିଲା ସେ ପର୍ଯ୍ୟନ୍ତ ଏହାକୁ ଋଷିଆନ ମାନେ ବେଆଇନ ଭାବେ ପାଳନ କରୁଥିବା ତଥ୍ୟ ରହିଛି । ଏହାପରେ ବାମ ସମାଜ ବିପ୍ଳବୀ, ଅରାଜକବାଦୀମାନଙ୍କ ଦ୍ୱାରା ଏହି ଦିବସକୁ ବର୍ଜନ କରାଯାଇଥିଲା । ପରେ ଏହା ସୋଭିଏତ୍ ୟୁନିଅନର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ହଲି ଡେ ଭାବରେ ପରିଗଣିତ ହେଲା । ବିଭିନ୍ନ ସହରରେ ସମସ୍ତେ ଏହି ଦିବସକୁ ପାଳନ କରିବା ଅମ୍ମ୍ କରିଥିଲେ । ଆଉ ୧୯୯୨ ମସିହାରେ ‘ଦ ଡେ ଅଫ୍ ସ୍ପ୍ରିଙ୍ଗ୍ ଆଣ୍ଡ ଲେବର’ ଭାବରେ ନାମିତ ହେଲା ।
ଆଉ ଜାପାନରେ ମଧ୍ୟ ଶ୍ରମିକ ଦିବସକୁ ନେଇ ଏମିତି କିଛି ଦୃଶ୍ୟ ସେହି ସମୟରେ ପରିଲକ୍ଷିତ ହୋଇତିଲା । ଅନ୍ୟ ରାଷ୍ଟ୍ରୀୟ ଛୁଟି ଦିନରେ ଲୋକମାନେ ସେମାନଙ୍କର ଛୁଟି ନେଉଥିଲେ । କାରଣ ଅଫିସିଆଲ ଭାବେ ଏହି ଦିନଟିକୁ ମଧ୍ୟ ସେତେବେଳେ ଶ୍ରମିକ ଦିବସ ଭାବେ ଘୋଷଣା କରାଯାଇନଥିଲା । ଏପ୍ରିଲ ୨୯ ଆରମ୍ଭରୁ ‘ଦ ଗୋଲଡେନ ଓିକ’ ଆରମ୍ଭ ହୋଇଥିଲା । ସେହି ଦିନକୁ ସୋଓା ଦିନ ଭାବେ ପାଳନ କରାଗଲା । ଯିଏ ୧୯୨୬ ମସିହାରୁ ୧୯୮୯ ମଧ୍ୟରେ ସମ୍ରାଟ ଭାବେ ରହିଥିଲେ । ଆଉ ମେ ମାସ ୩,୪ ଓ ୫ ତାରିଖକୁ କନଷ୍ଟିଚ୍ୟୁସନ ମେମୋରିଆଲ ଡେ, ଗ୍ରିନେରୀ ଡେ ଏବଂ ଚିଲଡ୍ରେନସ ଡେ ଭାବରେ ପାଳନ କରାଯାଏ ।
ସେହିଭଳି ଅନ୍ୟ ରାଷ୍ଟ୍ରମାନଙ୍କରେ ଯଥା ନ୍ୟୁଜିଲାଣ୍ଡ ଏବଂ ଅଷ୍ର୍ଟ୍ରେଲିଆଆର କିଛି ଅଚଂଳରେ ଏହି ଦିବସକୁ ଅକ୍ଟୋବର ମଙ୍କସର ପ୍ରଥମ ସୋମବାରରେ ପାଳନ କରାଯାଏ ଏବଂ ୟୁଏସ ଓ କାନ୍ନାଡରେ ଏହି ଦିବସକୁ ସେପ୍ଟେମ୍ବର ମାସର ପ୍ରଥମ ସୋମବାରରେ ପାଳନ କରାଯାଏ ।