କେମିତି ପାଳନ ହେଉଛି ସରକାରଙ୍କ ୫-ଟି

ନୟାଗଡ: ରାଜ୍ୟ ସରକାରରେ ୫-ଟି ବ୍ୟବସ୍ଥା ଲାଗୁ ହେବା ପରେ ପ୍ରତ୍ୟେକ ସରକାରୀ କର୍ମଚାରୀ ଦିନ ୧୦ ସମୟରେ ଅଫିସ ଆସିବାକୁ ଗାଇଡ ଲାଇନ ଜାରି କରିଥିବା ବେଳେ ନୟାଗଡ ଜିଲ୍ଲା ରଣପୁରରେ ତାର ବିକଳ ଓ ବିଫଳ ଚିତ୍ର ଦେଖିବାକୁ ମିଳିଛି । ଯାହାର ସ୍ଥିତି ପରଖିବାକୁ ଆମେ ପହଂଚିଥିଲୁ ରଣପୁର ତହସିଲ କାଯ୍ୟାଳୟରେ । ଯାହା ଦେଖିଲୁ ତାହା ଆପଣଙ୍କ ସାମ୍ନାରେ । ସମୟ ୧୧ଟା ବାଜିବାକୁ ଆଉ ୧୦ ମିନିଟ ବାକି ଥିବା ବେଳେ କିନ୍ତୁ ସରକାରୀ କର୍ମଚାରୀଙ୍କ ଦେଖା ନାହିଁ । ଅଭିଯୋଗ ଜଣାଇବା ପାଇଁ ଲୋକ ଆସିଛନ୍ତି । କିନ୍ତୁ କର୍ମଚାରୀମାନଙ୍କର ଦେଖା ନାହିଁ । କେଉଁଠି ତାଲା ଝୁଲୁଛି ତ ଆଉ କୋଇଠି ଚେୟାର ଖାଲି ପଡିଛି । ଦିନ ୧୦ଟାରେ ଅଫିସ ଆସିବାକୁ ସରକାର ଗାଇଡ ଲାଇନରେ ଉଲ୍ଲେଖ କରିଛନ୍ତି । କିନ୍ତୁ ରଣପୁର ତଗସିଲ କାର୍ଯ୍ୟାଳୟରେ ଯେଉଁଭଳି ଭାବରେ କର୍ମଚାରୀ ମାନଙ୍କର ସମୟର ଅଭାବ ଯୋଗୁଁ ସାଧାରଣ ଜନତା ଘଣ୍ଟା ଘଣ୍ଟା ଧରି ତହସିଲ କାର୍ଯ୍ୟାଳୟ ବାରଣ୍ଡାରେ ବସୁଛନ୍ତି । ଆପଣମାନେ ଏଥିରୁ ସ୍ପଷ୍ଟ ଭାବରେ ଅନୁମାନ କରିପାରୁଥିବେ ରଣପୁର ତହସିଲରେ କିଭଳି ଭାବରେ ସରକାରଙ୍କ ୫ଟି ବ୍ୟବସ୍ଥାକୁ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here