37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶକେମିତି ବିଶ୍ୱାସ କରି ହେବ ତାଲିବାନର ପ୍ରତିଶୃତିକୁ ?

କେମିତି ବିଶ୍ୱାସ କରି ହେବ ତାଲିବାନର ପ୍ରତିଶୃତିକୁ ?

ଭୁବନେଶ୍ୱର: ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିବା ପରେ ଲୋକଙ୍କ ମଧ୍ୟରେ ତାଲିବାନି ଶାସନ ଫେରିବାର ଭୟ ଦେଖିବାକୁ ମିଳିଛି । ଅବୈଧ କାରଣରେ ଲୋକଙ୍କୁ ଗୁଳି କରିବା, ମହିଳାମାନଉପରେ ଅତ୍ୟାଚାର କାରିବା, ମହିଳା ମାନଙ୍କୁ କୌଣସି ପ୍ରକାରର ସ୍ୱତନ୍ତ୍ରତା ନଦେବା ସମସ୍ତ ଲୋମ ଟାଙ୍କୁରା ବିଷୟ ବସ୍ତୁକୁ ମନେ ପକାଇ ଲୋକେ ପ୍ରାଣ ଭୟରେ ଦେଶ ଛାଡ଼ି ପଲାଇଛନ୍ତି । ବିମାନରେ ଜାଗା ନହେବାରୁ ବିମାନର ଚକରେ ଝୁଲି ଯାଉଥିବା ବେଳେ ତଳେ ପଡ଼ି କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏପରି ପରିସ୍ଥିତି ଦେଖି ଲୋକଙ୍କୁ କୌଣସି କ୍ଷତି ଦିଆଯିବ ନାହିଁ, ମହିଳା ମାନଙ୍କୁ କିଛି କିଛି ସ୍ୱତନ୍ତ୍ରତା ଦିଆଯିବ ଏବଂ ତାଲିବାନି ଶାସନ ବଦଳି ଯାଇଛି ବୋଲି ତାଲିବାନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ସ୍ୱଳ୍ପ ମାତ୍ରାରେ ତାଲିବାନ ଶାସନକୁ ଭରସା କରିବାର ଆଶା ଥିଲା ।
ହେଲେ କିଛି ଦିନ ପରେ ସେ ସମସ୍ତ ପ୍ରତିଶୃତି କେବଳ ଆଶ୍ୱାସନା ମାତ୍ର ଭଳି ମନେ ହେବାକୁ ଲାଗିଲା ।

ଗତ କାଲି ଆଫଗାନିସ୍ତାନର ପୋଲିସ ମୁଖ୍ୟଙ୍କୁ ଆଖି ବନ୍ଦ କରି ଗୁଳି କରି ହତ୍ୟା କରାଯାଇଛି । ଅକ୍ତିଆରର କିଛି ଦିନ ମଧ୍ୟରେ ଫୋଟ ପୋଷ୍ଟରରେ ମହିଳା ମାନଙ୍କର ମୁହଁ ନଷ୍ଟ କରିବା ଦେଖାଯାଇଛି । ଆଫଗାନିସ୍ତାନର ପୂର୍ବତନ ଯୁବ ବିଚାରପତି ତଥା ମହିଳା ଅଧିକାର ଆଡଭୋକେଟ ଓକିଲ ନଜଲା ଆୟୁବିଙ୍କ ଠାରୁ ସୂଚନା ମିଳିଛି ଯେ, ତାଲିବାନ ସେନା ଏକ ମହିଳାଙ୍କୁ ରୋଷେଇ କରିବାକୁ ବାଧ୍ୟ କଲେ । କିନ୍ତୁ ମହିଳା ଦ୍ୱାରା ତିଆରି ହୋଇଥିବା ଖାଦ୍ୟ ଭଲ ନ ଲାଗିଥିବାରୁ ତାଲିବାନ ସେନା ମହିଳାକୁ ଜାଳି ଦେଲେ । ଏହା ସହ ଅନେକ ଯୁବତୀଙ୍କୁ ତାଲିବାନ ଦ୍ୱାରା କଫିନ୍‌ରେ ପଡୋଶୀ ଦେଶକୁ ଯୌନ ଦାସ ଭାବରେ ବ୍ୟବହାର କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, “ତାଲିବାନ ପରିବାରକୁ ନିଜ ସାନ ଝିଅମାନଙ୍କୁ ତାଲିବାନ ସେନା ସହ ବିବାହ କରିବାକୁ ବାଧ୍ୟ କରୁଛି । ମୁଁ ଜାଣେ ନାହିଁ ଯେ ପ୍ରତିଜ୍ଞା କେଉଁଠାରେ ଅଛି ? ଆଉ ସେ କହୁଥିଲେ ଯେ ମହିଳା ମାନଙ୍କୁ ବାହାରକୁ ଯାଇ କାମ କରିବାକୁ ଦିଆଯିବ ।”

ତା ସହ ଆଜି ତାଲିବାନର ଅନ୍ୟ ଏକ ମନମତାଣିଆ କାମ ସାମ୍ନାକୁ ଆସିଛି । ସୂତ୍ର ଅନୁସାରେ, କାବୁଲ ଏୟାରପୋର୍ଟ ବାହାରେ ନିଜ ଦେଶର ଏୟାରବେସ୍‌କୁ ଅପେକ୍ଷା କରିଥିଲେ ଲୋକେ । ଇତି ମଧ୍ୟରେ ଭାରତୀୟ ସଂଯୋଜକ ଜୋହିବ କାବୁଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେଠାକୁ ଯାଇଥିଲେ । ହେଲେ କାବୁଲରେ ତାଲିବାନ ଆତଙ୍କବାଦୀମାନେ ଜୋହିବଙ୍କୁ ଅପହରଣ କରିନେଇଥିଲେ । ଏହା ବ୍ୟତୀତ ୧୫୦ ଜଣ ଭାରତୀୟଙ୍କୁ ତାଲିବାନ ଆତଙ୍କୀ ଜବରଦସ୍ତି ଉଠାଇନେଇଥିଲେ । ସେମାନଙ୍କୁ ପିଟିବା ସହ ତାଲିବାନୀ ସାଙ୍ଗରେ ନେଇଯାଇଥିବା ସୂଚନାରୁ ଜଣାପଡ଼ିଛି । ୧୫୦ ଜଣଙ୍କ ମଧ୍ୟରେ ଆଫଗାନୀ ଶିଖ, ଆଫଗାନି ନାଗରିକ ଓ ଅଧିକାଂଶ ଭାରତୀୟ ସାମିଲ ଥିଲେ ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ ଯେ, ତାଲିବାନ ଆତଙ୍କବାଦୀମାନେ ଭାରତୀୟ ସଂଯୋଜକଙ୍କ ନିକଟକୁ ଆସିଥିଲେ । ସେ ତାଙ୍କ ପରିଚୟ ମାଗିଥିଲେ । ତା’ପରେ ତାଲିବାନ ଆତଙ୍କବାଦୀମାନେ ସେମାନଙ୍କୁ ଚାପୁଡ଼ା ମାରିବା ଆରମ୍ଭ କଲେ । ଏହା ପରେ ଆତଙ୍କବାଦୀମାନେ ତାଙ୍କ ମୋବାଇଲ୍ ନେଇଥିଲେ । ସେବେଠାରୁ ଭାରତୀୟ ସଂଯୋଜକଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା । ୧୫୦ ଜଣ ଭାରତୀୟଙ୍କ ମଧ୍ୟ ଠିକଣା ମିଳିନଥିଲା । ସେମାନଙ୍କୁ କେଉଁଠାରେ ନିଆଯାଉଛି ସେ ସମ୍ପର୍କରେ କୌଣସି ସୂଚନା ମଧ୍ୟ ମିଳିନଥିଲା । ଏବଂ ସେମାନଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ତେବେ ସମସ୍ତଙ୍କୁ ଯାଞ୍ଚ ପାଇଁ ନେଇଥିବା ତାଲିବାନୀ ପକ୍ଷରୁ ସୂଚନା ମିଳିଥିଲା । ସେଥି ମଧ୍ୟରୁ ସବୁ ଭାରତୀୟ ସୁରକ୍ଷିତ ଥିବା ଆଫଗାନିସ୍ତାନ ମିଡିଆ ପକ୍ଷରୁ ସୂଚନା ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ତାଲିବାନ ସେ ୧୫୦ ଜଣଙ୍କୁ ଛାଡି ଦେଇଥିବା ଓ ସମସ୍ତେ ଏୟାରପୋର୍ଟ ଫେରିଥିବା ଗଣମାଧ୍ୟମର ସୂଚନାରୁ ଜଣାପଡ଼ିଛି ।

ହେଲେ ଭାରତୀୟଙ୍କୁ ନେଇନଥିବା କହିଥିଲେ ତାଲିବାନ ମୁଖପାତ୍ର ଅହମ୍ମଦୁଲ୍ଲା ୱାସେକ୍ । ଆଜି ସକାଳେ କାବୁଲରୁ ଭାରତୀୟ ଏୟାରଫୋର୍ସ ବିମାନ ୮୫ ଜଣଙ୍କୁ ଆଣିଛି । ଅନ୍ୟମାନଙ୍କୁ ଆଣିବାକୁ କାବୁଲରେ ପହଞ୍ଚିଛି ଆଉ ଏକ ବିମାନ । ଆଫଗାନର ବିଭିନ୍ନ ସହରରେ ଏବେବି ହଜାରରୁ ଅଧିକ ଭାରତୀୟ ଫଶି ରହିଥିବା ସୂଚନା ମିଳିଛି । ଅନ୍ୟପଟେ ତାଲିବାନର କୋ-ଫାଉଣ୍ଡର ସରକାର ଗଠନ ନେଇ ଚର୍ଚ୍ଚା କରିବାକୁ କାବୁଲରେ ପହଞ୍ଚିଛି । ମୁଲ୍ଲା ଅବଦୁଲ ଗନୀ ବରଦାର କାବୁଲରେ ଜିହାଦୀ ନେତା ଓ ରାଜନୀତିଜ୍ଞଙ୍କ ସହ ସାକ୍ଷାତ କରିବେ । ତେବେ ତାଲିବାନୀ ନେତାମାନେ ହାମିଦ କରଜଇ, ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ବି ସାକ୍ଷାତ କରିଥିଲେ ଓ ଭରଷା ଦେଇଥିଲେ ଯେ, ବର୍ତମାନର ତାଲିବାନ ପୂର୍ବର ତାଲିବାନ ଠାରୁ ଅଧିକ ଉଦାର ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking