34.1 C
Bhubaneswar
Thursday, April 25, 2024
Homeଓଡିଶାଆବାସଯୋଜନା ସାତସପନ, ପଲିଥିନ ତଳେ ଜୀବନ

ଆବାସଯୋଜନା ସାତସପନ, ପଲିଥିନ ତଳେ ଜୀବନ

ବରଗଡ : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ସେସବୁ ଯୋଜନା ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚିପାରୁ ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ ଗୁଦେରପାଲି ପଞ୍ଚାୟତର ବେହେରାବାହାଲି ଗ୍ରାମରେ ଦେଖିବାକୁ ମିଳିଛି । ବେହେରାବାହାଲି ଗ୍ରାମରେ ବସବାସ କରୁଛନ୍ତି ଅସହାୟ ବୃଦ୍ଧ ଦମ୍ପତି ଠିବୁ ପ୍ରଧାନ (୭୪) ଏବଂ ତାଙ୍କ ସ୍ତ୍ରୀ ବାଲମତି ପ୍ରଧାନ (୭୨) । ପକ୍ଷାଘାତ ରୋଗରେ ପୀଡ଼ିତ ବୃଦ୍ଧ ଠିବୁ ପ୍ରଧାନ ଶଯ୍ୟାଶାୟୀ ହୋଇପଡିଥିବା ବେଳେ ଆଜି ସୁଦ୍ଧା ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇପାରିନାହିଁ । ଫଳରେ ଏହି ଅସହାୟ ବୃଦ୍ଧ ଦମ୍ପତି ଘରେ ପଲିଥିନ ଲଗାଇ ଜୀବନ ଯାପନ କରୁଛନ୍ତି । ତେବେ ଏମାନଙ୍କ ପୁଅ ଝିଅ ନ ଥିବା ବେଳେ କିଛି ବର୍ଷ ପୂର୍ବେ ଠିବୁ ପ୍ରଧାନ ଅନ୍ୟର କାମ କରି ଗୁଜୁରାଣ କରୁଥିଲେ । ବର୍ତ୍ତମାନ ପକ୍ଷାଘାତରେ ପୀଡିତ ହେବା ପରେ ପତ୍ନୀ ବାଲମତି ନିଜ ସ୍ୱାମୀର ଦେଖାଶୁଣା କରିଆସୁଛି । ସରକାରଙ୍କ ତରଫରୁ ଅସହାୟ ବୃଦ୍ଧ ଦମ୍ପତିଙ୍କୁ ହଜାରେ ଟଙ୍କା ଭତ୍ତା ଏବଂ ୩୫ କିଲୋ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ଆବାସ ଯୋଜନା ପାଇଁ ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ସରପଞ୍ଚ ପାଖରେ କେତେ କାକୁତିମିନତି ହେଲେ ସୁଦ୍ଧା ତାହା ଏ ଯାଏଁ ମିଳିପାରିନାହିଁ । ଅପରପକ୍ଷେ ପେଟପାଟଣା ଯନ୍ତ୍ରଣା ମଧ୍ୟରେ ଶଯ୍ୟାଶାୟୀ ଠିବୁର ଚିକିତ୍ସା ପାଇଁ ଡାକ୍ତରଖାନା କଥା ସେମାନେ ଚିନ୍ତା ମଧ୍ୟ କରିପାରୁନାହାନ୍ତି । ଖରା ହେଉ କି ବର୍ଷା ପଲିଥିନ ତଲେ ଦିନ ରାତି ସରିଯାଉଥିବା ବେଳେ ତାଙ୍କୁ ଅନ୍ତତଃ ଘର ଖଣ୍ଡିଏ ଯୋଗାଇ ଦେବା ସହ ଶଯ୍ୟାଶାୟୀ ବୃଦ୍ଧ ଠିବୁଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ସରକାରଙ୍କ ଠାରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking