33.1 C
Bhubaneswar
Wednesday, April 24, 2024
Homeଓଡିଶାହୋଲ୍ଡିଂ ଟିକସ ନ ଦେଲେ ସିଲ୍ ହେବ ଘର

ହୋଲ୍ଡିଂ ଟିକସ ନ ଦେଲେ ସିଲ୍ ହେବ ଘର

ଭୁବନେଶ୍ୱର : ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜେଡିସିଙ୍କୁ ବିଏମ୍‌ସି ଡେପୁଟି କମିଶନରଙ୍କ ପକ୍ଷରୁ ଚିଠି କରାଯାଇଛି । ହୋଲ୍ଡିଂ ଟିକସ ନଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଭୁବନେଶ୍ୱର ମହାନଗରନିଗମ (ବିଏମ୍‌ସି) । ଟ୍ୟାକ୍ସ ଖିଲାପକାରୀଙ୍କ ବାବଦରେ ୱାର୍ଡ ଅଫିସର୍ ଜେଡିସିଙ୍କୁ ଜଣାଇବେ । ଟ୍ୟାକ୍ସ ଖିଲାପକାରୀଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ କରାଯିବ ବୋଲି ଜଣାପଡ଼ିଛି । ଓପିଡିଆର୍ ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ୍ କେସ୍ ହେବ ବୋଲି ନିର୍ଦ୍ଦେଶ ଜାରି ହୋଇଛି । ରାଜସ୍ୱ କ୍ଷତି ରୋକିବାକୁ ତ୍ୱରିତ ପଦକ୍ଷେପ ପାଇଁ ଚିଠିଲେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ତେବେ ପୂର୍ବରୁ ରାଜଧାନୀ ରାଜରାସ୍ତାରେ ହୋଲଡିଂ ଟିକସ ତାତି ଦେଖିବାକୁ ମିଳିଥିଲା। ବିଏମ୍ସିର ଅଚାନକ ଟ୍ୟାକ୍ସ ବୃଦ୍ଧି ନିଷ୍ପତ୍ତିକୁ ବିରୋଧୀଙ୍କ ଜୋରଦାର ବିରୋଧ କରାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିକଟରେ ବଢ଼ାଯାଇଥିବା ହୋଲଡିଂ ଟ୍ୟାକ୍ସକୁ ଲୋକେ ବିରୋଧ କରି ଆସୁଥିବା ବେଳେ ମାର୍ଚ୍ଚ ୧୨ରେ ସରକାରଙ୍କୁ ଘେରିଥିଲା ବିରୋଧୀ। ଭୁବନେଶ୍ୱର ଜିଲ୍ଲା ବିଜେପି ମାର୍ଚ୍ଚ ୧୨ରେ ଘେରାଉ କରିଥିଲା ବିଏମସି କାର୍ଯ୍ୟାଳୟ। ତେବେ ଏତେ ଆନ୍ଦୋଳନ ପରେ ବି ବିଏମସି ନିଜ ନିଷ୍ପତ୍ତି ବଦଳାଇ ନାହିଁ। ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ,ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍ ହେବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking