29.4 C
Bhubaneswar
Thursday, April 18, 2024
Homeଅପରାଧଘର ମାଲିକଙ୍କୁ ଛାତରୁ ଠେଲି ମାରିଦେଲା ଭଡ଼ାଟିଆ

ଘର ମାଲିକଙ୍କୁ ଛାତରୁ ଠେଲି ମାରିଦେଲା ଭଡ଼ାଟିଆ

ପୁରୀ : ପୁରୀ ଜିଲ୍ଲା ଟାଉନ ଥାନା ଅଂଚଳର ପଥୁରିଆ ସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଭଡ଼ାଟିଆ ଘର ମାଲିକଙ୍କୁ ଛାତରୁ ଠେଲି ମାରି ଦେଇଥିବା ଅଭିଯୋଗ ହୋଇଛି । ଭଡ଼ାଟିଆଙ୍କୁ ଗିରଫ ଦାବୀରେ ସାହି ବାସିନ୍ଦା ଟାଉନ ଥାନା ଘେରାଉ କରିଛନ୍ତି । ପୁଲିସ ଭଡ଼ାଟିଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
ସୂଚନା ଅନୁଯାୟୀ,, ରବିବାର ଅପରାହ୍ଣରେ ପଥରୁଆସାହିରେ ରହୁଥିବା ଘର ମାଲିକ ନରେନ୍ଦ୍ର ମହାରଣା(୬୫)ଙ୍କୁ ତାଙ୍କ ଘରେ ଭଡ଼ା ରହୁଥିବା‌ ବେଣୁଧର ସାହୁ ଙ୍କ ମଧ୍ୟରେ ଘର ଭଡ଼ାକୁ ନେଇ ଯୁକ୍ତିତର୍କ ‌ହୋଇଥିଲା। ପରେ ଭଡ଼ାଟିଆ ବେଣୁଧର ରାଗରେ ମାଲିକ ଶ୍ରୀ ମହାରଣାଙ୍କୁ ଛାତରୁ ପେଲି ଦେଇଥିଲେ। ଶ୍ରୀ ମହାରଣା ଚିତ୍କାର କରି ଛାତ ତଳକୁ ଖସି ପଡ଼ିଥିଲେ। ପଡ଼ୋଶୀ ଘର ଲୋକେ ଶ୍ରୀ ମହାରଣାଙ୍କୁ ଅଗଣାରେ ପଡ଼ିଥିବା ଦେଖିଥିଲେ। ପ‌ରେ ସାହି ଲୋକ ତୁରନ୍ତ ତାଙ୍କୁ ପୁରୀ ମେଡିକାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପଡ଼ୋଶୀ ଲୋକଙ୍କ କହିବ‌ା କଥା, ଭଡ଼ାଟିଆ ବେଣୁଧର ଓ ତାଙ୍କ ପତ୍ନୀ ଶ୍ରୀ ମହା‌ରଣାଙ୍କ ଘରେ ପ୍ରାୟ ତିନି ବର୍ଷ ହେବ ରହି ଆସୁଥିଲେ । ଘର ମାଲିକଙ୍କ ସହିତ ଘରଭଡ଼ାକୁ ନେଇ ବେଣୁଧରଙ୍କର ସବୁବେଳେ ପାଟିତୁଣ୍ଡ ହୁଏ। ତିନି ବର୍ଷ ହେବ ସେ ଭଡ଼ା ଦେଇନଥିବାରୁ ଅନେକ ଥର ପାଟିତୁଣ୍ଡ ହୋଇଛି। ଶେଷରେ ରବିବାର ମାଲିକ ଶ୍ରୀ ମହାରଣାଙ୍କୁ ବେଣୁଧର ଛାତରୁ ଠେଲି ଦେଇଥିଲେ। ଏ ସମ୍ପର୍କରେ ମୃତ ଶ୍ରୀ ମହାରଣାଙ୍କ ସମ୍ପର୍କୀୟ ଅଶୋକ ମହାପାତ୍ର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking