38.1 C
Bhubaneswar
Tuesday, April 23, 2024
HomeUncategorizedକାଳବୈଶାଖୀରେ ଉଜୁଡ଼ିଗଲା ୩ ଘର, ବର୍ତ୍ତିଲେ ଲୋକେ

କାଳବୈଶାଖୀରେ ଉଜୁଡ଼ିଗଲା ୩ ଘର, ବର୍ତ୍ତିଲେ ଲୋକେ

ସିନାପାଲି : କାଳବୈଶାଖୀ ଉଜାଡ଼ି ନେଇଛି ତିନି ପରିବାରର ଘର, ମାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି ଲୋକେ । ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ କେନ୍ଦୁମୁଣ୍ଡା ପଞ୍ଚାୟତ ବଡ଼ ଦର୍ଲିପଡା ଗ୍ରାମରେ । ଗ୍ରାମର ଶ୍ରୀଧର ବେମାଲ, ସାନ ଭାଇ ପଦ୍ମନ ବେମାଲ ଓ ସତ୍ୟା ହାତୀଙ୍କ ଘର କାଳବୈଶାଖୀରେ ଭାଙ୍ଗି ଯାଇଛି । ଗତ କିଛିଦିନ ହେଲା ଲଗାତାର ଭାବେ ବର୍ଷା ହେଉଥିବା ବେଳେ ଘର ଭୁଶୁଡ଼ି ପଡିଛି । ସେତେବେଳେ ଘର ଭିତରେ ପରିବାରର କିଛି ସଦସ୍ୟ ରହିଯାଇଥିଲେ । ହଠାତ୍ ବାହାରକୁ ଧାଇ ଆସିଥିବାରୁ ବଞ୍ôଚଯାଇଛନ୍ତି । ବର୍ତ୍ତମାନ ଉକ୍ତ ୩ ପରିବାରରେ ଘର ନଥିବାରୁ ସେମାନଙ୍କୁ ସ୍ଥାନୀୟ ଲୋକେ ଆଶ୍ରୟ ଦେଇଛନ୍ତି । ସେମାନଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ ଘର ଭିତରେ ରହିଥିବା ବାସନକୁସନ, ସାଇକେଲ, ଧାନ ସହ ବହୁ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି । ସେମାନଙ୍କ ରକ୍ଷଣବେକ୍ଷଣା ସହ କ୍ଷତିପୂରଣ ପାଇଁ ସମ୍ପୃକ୍ତ ପରିବାରଙ୍କ ସମେତ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏ ସମ୍ପର୍କରେ କେନ୍ଦୁମୁଣ୍ଡା ପଞ୍ଚାୟତ ପିଇଓ ଓ ସନ୍ତୋଷ ମେହେରଙ୍କୁ ଜଣାଇବାରୁ ଶ୍ରୀଧର ବେମାଲ ସାନ ଭାଇ ପଦ୍ମନ ବେମାଲଙ୍କ ନାମରେ ଘର ଲିଷ୍ଟ ଓଏଟିଂରେ ଅଛି ଆସନ୍ତା ବର୍ଷ ମିଳିଯିବ ଏବଂ ସତ୍ୟା ହାତୀ ପଞ୍ଚାୟତ ବା ବ୍ଲକ୍‌ରେ ଘର ବାବଦରେ କୌଣସି ଫର୍ମ ଦେଇନାହାନ୍ତି ତେଣୁ କିଛି କହି ହେବନି ବୋଲି ମତ ପ୍ରକାଶ କରିଥିଲେ । ପରେ ଏ ବିଷୟରେ କେନ୍ଦୁମୁଣ୍ଡା ଆର୍‌ଆଇ ଶ୍ରୀ ମେହେରଙ୍କୁ ଜଣାଇବାରୁ ମୁଁ ତଦନ୍ତରେ ଯାଉଛି ଦେଖିଲା ପରେ ଆପଣଙ୍କୁ କହିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking