ଭୁବନେଶ୍ୱର : ସୋମବାର ଯାଏଁ ବିଧାନସଭା ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ଅନ୍ୟପଟେ ଆଜି ବିଧାନସଭା ଦ୍ୱିତୀୟ ପଯ୍ୟାୟ ବଜେଟ ଅଧିବେଶନର ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ସୁରମା ପାଢୀ । ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ ା ବିଧାନସଭାରେ ବିଜୁ ବାବୁ ପ୍ରସଙ୍ଗ ଉଠାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି ବିଧାୟକ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରି ହଙ୍ଗାମା କରିଥିଲେ । ଏପଟେ ଆଜି ନାରୀ ସୁରକ୍ଷା ଓ ବିପଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ କଂଗ୍ରେସ ସଦସ୍ୟ ।










