39.2 C
Bhubaneswar
Thursday, April 18, 2024
Homeଓଡିଶାଅନ୍ତେବାସୀ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା ରାସ୍ତା ଅବରୋଧ

ଅନ୍ତେବାସୀ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା ରାସ୍ତା ଅବରୋଧ

ମୟୂରଭଞ୍ଜ – ଅନ୍ତେବାସୀ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଦେବଶୋଳ ଆଶ୍ରମ ବିଦ୍ୟାଳୟରେ । ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ହଷ୍ଟେଲ ସୁପରିନଟେଣ୍ଡେଟ ଓ ମେଟ୍ରୋନଙ୍କ ଅବହେଳା ଯୋଗୁଁ ଛାତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଯାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ବାରିପଦା-ଅମର୍ଦ୍ଦା ମୁଖ୍ୟରାସ୍ତା ଅବରୋଧ କରିଛନ୍ତି । ତେବେ ୭ମ ଶ୍ରେଣୀରେ ପାଠପଢୁ ଥିବା ଛାତ୍ରୀ ପାନ ହାଁସଦା ଆଶ୍ରମର ହଷ୍ଟେଲରେ ରହୁଥିଲେ । କିନ୍ତୁ ୩/୪ଦିନ ତଳେ ଥଣ୍ଡାଜ୍ବରରେ ଆକ୍ରାନ୍ତ ହୋଇଥିଲେ । ଔଷଧ ଖାଇବା ପରେ ସୁସ୍ଥ ହୋଇଯାଇଥିଲେ । ହେଲେ ଗତକାଲି ସକାଳୁ ହଠାତ ପାନ ଅସୁସ୍ଥ ହୋଇପଡିଥିଲା ବେଳେ ମେଟ୍ରୋନଙ୍କୁ ଜଣାଇଥିଲେ । ଅନ୍ୟପଟେ ଆଶ୍ରମ ବିଦ୍ୟାଳୟ ଠାରୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୂରତା ଦେଢ଼ କିଲୋମିଟର ହୋଇଥିଲେ ବି ମେଟ୍ରୋନ କିମ୍ବା ହଷ୍ଟେଲ ସୁପରିନଟେଣ୍ଡେଟ ଏହାକୁ ଗୁରୁତ୍ୱ ଦେବା ବଦଳରେ ଖାମଖିଆଲି ଭାବେ ନେଇଥିଲେ । ତେବେ ଅବସ୍ଥା ଗୁରୁତ୍ତର ହେବାରୁ ମୃତା ଛାତ୍ରୀର ପରିବାରକୁ ଖବର ଦେବା ସହିତ ରାତି୮ଟା ରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ନେବା ବାଟରେ ଛାତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ହଷ୍ଟେଲ ସୁପରିନଟେଣ୍ଡେଟ ଏବଂ ମେଟ୍ରୋନଙ୍କ ଦାୟିତ୍ବ ପାଳନରେ ଅବହେଳା ଯୋଗୁଁ ଗୋଟେ ମୂଲ୍ୟବାନ ଜୀବନ ବଳି ପଡିଯାଇଛି ବୋଲି ଅଭିଯୋଗ କରି ମୃତା ଛାତ୍ରୀର ପରିବାରକୁ ୧୦ଲକ୍ଷଟଙ୍କା କ୍ଷତିପୂରଣ ପ୍ରଦାନ ଏବଂ ସଂପୃକ୍ତଙ୍କୁ ତୁରନ୍ତ ସସପେଣ୍ଡ କରାଯିବା ସହିତ ହତ୍ୟା ଅପରାଧରେ ଗିରଫ କରାଯିବାକୁ ଦାବି କରି ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣା ଉପରେ ନଜର ରଖିଥିବା ବେଳେ ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ କେହି ଆସିନଥିବା ଭଳି ଘଟଣାକୁ ନେଇ ଅଧିକ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ରାସଗୋବିନ୍ଦପୁର ଥାନା ପୋଲିସ ମୃତା ଛାତ୍ରୀ ପାନର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।
ତେବେ “ବେଟି ପଢ଼ାଅ, ବେଟି ବଛାଓ”ର ଶ୍ଳୋଗାନ ସରକାର ଦେଉଥିବା ବେଳେ ସରକାରୀ କର୍ମଚାରୀ ମାନଙ୍କ ଅବହେଳା ପାଇଁ ଯାଉଛି ଜୀବନ । ଅବହେଳିତ ଆଦିବାସୀ ସମ୍ପ୍ରଦାୟର ବିକାଶ ସହ ଶିକ୍ଷିତ କରାଇବା ଲକ୍ଷରେ ରାଜ୍ୟ ସରକାର ଆଦିବାସୀ ଛାତ୍ରାବାସ ନିର୍ମାଣ କରାଇ ମାଗଣାରେ ଖାଇବା, ରହିବା, ପୋଷାକ, ପୁସ୍ତକ ଯୋଗାଇ ଆସୁଛନ୍ତି । ହେଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଥିଲେ ମଧ୍ୟ ଠିକ ସମୟରେ ଆଶ୍ରମ ବିଦ୍ୟାଳୟ କତ୍ତୃପକ୍ଷ ଉଚିତ ପଦକ୍ଷେପ ନେଉନଥିବାରୁ ଛାତ୍ରଛାତ୍ରୀ ମାନେ ମରଣ ମୁହଁରେ ପଡୁଥିବା ଦେଖିବାକୁ ମିଳୁଛି । ହେଲେ ଦାୟିତ୍ବ ପାଳନରେ ଅବହେଳା କରୁଥିବା କର୍ମଚାରୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାରୀ ଦୁର୍ବଳତା ଅଧିକ ପ୍ରସ୍ୟାହିତ କରୁଥିବା ଅଭିଯୋଗ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking