29.1 C
Bhubaneswar
Wednesday, April 24, 2024
Homeଓଡିଶା୨୫ କି.ମି ଚାଲି ଘରକୁ ଗଲେ ହଷ୍ଟେଲ ପିଲା

୨୫ କି.ମି ଚାଲି ଘରକୁ ଗଲେ ହଷ୍ଟେଲ ପିଲା

ଫୁଲବାଣୀ : କରୋନା ପାଇଁ ରାଜ୍ୟର ସମସ୍ତ ହଷ୍ଟେଲ ବନ୍ଦ ଘୋଷଣା କରାଯିବା ପରେ ସବୁ ପିଲାଙ୍କୁ ଘରକୁ ପଠାଇଦେବାକୁ ନିଷ୍ପତ୍ତି ହୋଇଛି । ଦୂର ଦୂରାନ୍ତର ପିଲାଙ୍କୁ ଗାଡି କରି ସେମାନଙ୍କ ଗ୍ରାମରେ ପହଞ୍ଚାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ହେଲେ ଜିଲ୍ଲା ମଙ୍ଗଳ ବିଭାଗ ବେଖାତିର କରିଥିବା ବହୁ ଅଭିଭାବକ ଅଭିଯୋଗ କରିଛନ୍ତି । ପିଲାମାନେ ୨୦ ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ଘରକୁ ଯାଇଛନ୍ତି । ମଙ୍ଗଳବାର ପକନାଁଗାଁ ସ୍ଥିତ ସେବାଶ୍ରମର କିଛି ଛାତ୍ରୀ ଚାଲି ଚାଲି ଫୁଲବାଣୀରେ ପହଞ୍ôଚବା ସହିତ ଗାଡ଼ି ଅପେକ୍ଷାରେ ଦିନ ପ୍ରାୟ ୧ଟା ସମୟରେ ସେମାନେ ଦୀର୍ଘ ସମୟଧରି ଅପେକ୍ଷା କରିଥିଲେ କୋର୍ଟ ଛକ ନିକଟରେ । ତେବେ କୌଣସି ଅଟୋ କିମ୍ବା କିଛି ନମିଳିବା ଯୋଗୁଁ ସେଠାରେ ପିଲାମାନେ କାନ୍ଦି କାନ୍ଦି ରହିଥିବା ବେଳେ ସାଥିରେ ଥିବା ୨ ଜଣ ମହିଳା ଅଭିଭାବକ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରାଙ୍କୁ ପଚାରିବାରୁ ଆମର ଗାଡି ହୋଇଛି ପିଲାଙ୍କୁ ଛାଡି ଦିଆଯିବ ବୋଲି ହସି ହସି କହିଥିଲେ । ଏନେଇ ଉକ୍ତ ଅନ୍ତେବାସୀମାନଙ୍କୁ ଜଣାଇଥିଲେ ମଧ୍ୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୌଣସି ଗାଡ଼ି ନଆସିବାରୁ ବାଧ୍ୟ ହୋଇ ଅଭିଭାବକମାନଙ୍କ ସହିତ ଚାଲି ଚାଲି ପିଲାମାନେ ନିଜ ନିଜ ଘରକୁ ଯାଇଥିବା ଦେଖାଯାଇଛି । ଦୂତିପଡା ସରକାରୀ ଆବାସିକ ବିଦ୍ୟାଳୟ, ବଇଡା ଆଶ୍ରମ ସ୍କୁଲର ପିଲାମାନେ ଖରାରେ ଚାଲି ଚାଲି ପାଖାପାଖି ୧୫ ରୁ ୨୦ କି.ମି ଯିବାର ଦୃଶ୍ୟ ହୃଦୟ ବିଦାରକ ଥିଲା । ଏସବୁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସବୁ ମହଲରେ ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking