29.1 C
Bhubaneswar
Thursday, April 25, 2024
Homeଓଡିଶାହାଇକୋର୍ଟରେ ଡାକ୍ତରଖାନା ସମସ୍ୟା ମାମଲା : ଜିଲ୍ଲା ଆଇନସେବା ପ୍ରାଧିକରଣକୁ ରିପୋର୍ଟ ଦେବ କ୍ରାକ୍ ଟିମ୍

ହାଇକୋର୍ଟରେ ଡାକ୍ତରଖାନା ସମସ୍ୟା ମାମଲା : ଜିଲ୍ଲା ଆଇନସେବା ପ୍ରାଧିକରଣକୁ ରିପୋର୍ଟ ଦେବ କ୍ରାକ୍ ଟିମ୍

କଟକ: ବିଭିନ୍ନ ଜିଲ୍ଲାରେ ଥିବା ଡାକ୍ତରଖାନାଗୁଡିକର ନାନା ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଯେଉଁ କ୍ରାକ୍ ଟିମ୍ ଗଠନ କରିିବେ ସେମାନେ ଅନୁଧ୍ୟାନ କରି ସଂପୃକ୍ତ ଜିଲ୍ଲାର ଆଇନସେବା ପ୍ରାଧିକରଣ ସେକ୍ରେଟାରୀଙ୍କୁ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଗ୍ରୀଷ୍ମ ଅବକାଶ ସତ୍ତ୍ୱେ ଏହି ମାମଲାର ଆଜି ତ୍ୱରିତ ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି । ଏଥି ସହ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)ଯେଉଁ ସମସ୍ୟା ଉତ୍‌ଥାପନ କରିବ ସେହି ଅନୁଯାୟୀ ପିଏଚସି ଏବଂ ସିଏଚସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଡିଏଲ୍‌ଏସ୍‌ଏ କେତେଦୂର ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଛି ତାହା ଜାଣିବା ଲାଗି ରାଜ୍ୟ ସରକାର କ୍ରାକ୍ ଟିମ୍ ମାସକ ମଧ୍ୟରେ ଉକ୍ତ ହସ୍ପିଟାଲ୍ ସବୁ ପରିଦର୍ଶନ ତାହା ଉପରେ ସବିଶେଷ ରିପୋର୍ଟ ସତ୍ୟପାଠ ଜରିଆରେ ରାଜ୍ୟ ସରକାର ଅଗଷ୍ଟ ପହିଲା ସୁଦ୍ଧ।। ଦାଖଲ କରିବେ ।

ଅଗଷ୍ଟ ୧୦ ତାରିଖ ଅପରାହ୍ନ ୨ଟା ବେଳକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି । ଆଇନଜୀବୀ ଚିତ୍ତ ରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ଅବସରରେ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଡିଏଲ୍‌ଏସ୍‌ଏ ପକ୍ଷରୁ ୧୨୮ ପୃଷ୍ଠା ସମ୍ବଳିତ ରିପୋର୍ଟ ଅଦାଲତରେ ଦାଖଲ କରାଯାଇଥିଲା । ବିଭିନ୍ନ ମେଡ଼ିକାଲକୁ ଡିଏଲ୍‌ଏସ୍‌ଏ କମିଟି ପରି’ର୍ଶନ କରିବା ବେଳେ ଅନେକ ସ୍ଥାନରେ କର୍ମଚାରୀ, ନର୍ସ, ଡାକ୍ତରମାନେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

ସେହିପରି ସଫେଇଣେ ଢିଲା ତଥା ପାଇଖାନାଗୁଡ଼ିକ ଅତ୍ୟନ୍ତ ଅପରିଚ୍ଛନ୍ନ ଅବସ୍ଥାରେ ରହିଥିଲା । ଶୁଦ୍ଧ ପାନୀୟ ଜଳ ସମସ୍ୟା ସହିତ ସରକାରୀ ଔଷଧର ଷ୍ଟକ୍ ଠିକ୍ ରହିନଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଉଦ୍‌୍‌ବେଗର ବିଷୟ ହେଉଛି କେତେକ ମେଡ଼ିକାଲରେ ଆମ୍ବୁଲାନ୍ସ ଏବଂ ଔଷଧ ନଥିଲା । ଏହିସବୁ ମୌଳିକ ସୁବିଧା ବିନା ଜଣେ ସାଧାରଣ ତଥା ତଳସ୍ତରର ଲୋକ ମେଡ଼ିକାଲ ସୁବିଧା କିପରି ପାଇପାରିବ ବୋଲି ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏହି ରିପୋର୍ଟରେ ରୋଗୀଙ୍କୁ ବିଭିନ୍ନ ପରୀକ୍ଷା ଯଥା ଏମ୍‌ଆରଅ ।ଇ ଏବଂ ସିଟି ସ୍କାନ୍ ପାଇଁ ଘରୋଇ ମେଡ଼ିକାଲକୁ ପଠାଯାଉଛି ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking