28.1 C
Bhubaneswar
Thursday, March 28, 2024
Homeଓଡିଶାଗର୍ଭବତୀ ମହିଳାଙ୍କୁ ତଡିଦେଲେ ଡାକ୍ତରଖାନା କର୍ତୃପକ୍ଷ ; ରାସ୍ତା କଡରେ ଛୁଆ ଜନ୍ମ ପରେ ଶିଶୁର...

ଗର୍ଭବତୀ ମହିଳାଙ୍କୁ ତଡିଦେଲେ ଡାକ୍ତରଖାନା କର୍ତୃପକ୍ଷ ; ରାସ୍ତା କଡରେ ଛୁଆ ଜନ୍ମ ପରେ ଶିଶୁର ମୃତ୍ୟୁ

କେନ୍ଦୁଝର : ରାସ୍ତା କଡ଼ରେ ସନ୍ତାନ ପ୍ରସବ କଲେ ମହିଳା, ଜନ୍ମର କିଛି କ୍ଷଣ ପରେ ସନ୍ତାନର ମୃତ୍ୟୁ, ଏମିତି ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି ଯୋଡ଼ା ଖଣି ଅଞ୍ଚଳରେ । କେନ୍ଦୁଝର ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ଖଣି, କୋଟି କୋଟି ଟଙ୍କା ର ରାଜସ୍ବ ନେଇ ଆଖିବନ୍ଦ୍ କରି ବସିଛି ସରକାର, ଗରିବ ଖଟିଖଆ ମାନଙ୍କ ପାଇଁ ଅଭିଶାପ ହେଇଛି ଡି ଏମ୍ଏଫ୍ ଫଣ୍ଡ, କୋଟି କୋଟି ଟଙ୍କା ଗଚ୍ଛିତ ଥିଲେ ମଧ୍ୟ କାମରେ ଆସୁନାହିଁ ଖଣି ଅଞ୍ଚଳ ବାସୀଙ୍କର । ପ୍ରକାଶ ଯେ ଜୁରୁଡି ଆଇ ଟି ସି ଅଞ୍ଚଳର ଏକ ମହିଳା ସୁକୁମାତି ପୂର୍ତ୍ତି ଙ୍କୁ ପ୍ରସବ ପାଇଁ ଯୋଡ଼ା ସ୍ଥିତ କମାର ଯୋଡ଼ା ସରକାରୀ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ଚିକିତ୍ସା ହୋଇ ନ ପାରିବାରୁ ଡାକ୍ତର ତାଙ୍କୁ ଯୋଡ଼ା ସ୍ଥିତ ଟାଟା କମ୍ପାନୀ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ତେବେ ଟାଟା କମ୍ପାନୀ ଡାକ୍ତରଖାନା ରେ ପ୍ରଥମେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ଦୁଃଖର ବିଷୟ ଯେ ଉକ୍ତ ମହିଳା କରୋନା ପଜେଟିଭ ଜାଣିଲା ପରେ ତାଙ୍କୁ ଡାକ୍ତରଖାନା ରୁ ତଡ଼ି ଦିଆ ଯାଇଥିଲା । ଉକ୍ତ ମହିଳା ଜଣକ ଠିକରେ ଚାଲି ପାରୁ ନଥିବାବେଳେ ବଡ଼ କଷ୍ଟ ରେ ସେ ନିଜ ଶାଶୁଙ୍କ ସହ ଆସୁଥିବା ସମୟ ରେ ମାତ୍ରାଧିକ ଯନ୍ତ୍ରଣା ଅନୁଭବ ହେବାରୁ ରାସ୍ତା କଡ ରେ ହିଁ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ । ହେଲେ କିଛି ସମୟ ପରେ  ଜନ୍ମିତ ପୁତ୍ରଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏପରି ଏକ ମର୍ମାହତ ଘଟଣା କୁ ସ୍ଥାନୀୟ ବାସିନ୍ଦା ଦେଖି ଗଣମାଧ୍ୟମ କୁ ଖବର ଦେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ । ଏନେଇ କୌଣସି ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking