27.8 C
Bhubaneswar
Friday, April 19, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି ଚନ୍ଦ୍ରଙ୍କ ହେତୁ ଅନେକ ଶୁଭଫଳ ପାଇବେ । ମନର ଆଶା ପୂରଣ ହେବ । ବ୍ୟବସାୟ, ବାଣିଜ୍ୟ ଓ ପୁଞ୍ଜି ନିବେଶ ଲାଭ ଜନକ ହେବ । ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ ପରିବାର ବର୍ଗରେ ଆନନ୍ଦ ମିଳିପାରେ ।
ବୃଷ: ଆଜି ବୃଥା ଭ୍ରମଣ ଓ ଅର୍ଥହାନି ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ କାର୍ଯ୍ୟରେ ଦାନ କରିପାରନ୍ତି । ସତ କର୍ମରେ ଶୁଭ ଫଳ ଓ ଅସତ କର୍ମରେ ଅଶୁଭ ଫଳ ପାଇବେ । ପତି ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ ।
ମିଥୁନ: କର୍ମ କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ଧନ ସଞ୍ଚୟ ପାଇଁ ମନ ବଳାଇବେ । ପାରିବାରିକ ଶାନ୍ତି ବଜାୟ ରହିବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।
କର୍କଟ: ଗୃହରୁ ଆନନ୍ଦ ପାଇବେ । ତରବରିଆ ପଦକ୍ଷେପ ନେଇ ଠିକ କାମକୁ ଭୁଲ କରିବେ । ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇନେବେ । ଛୋଟ କଥାକୁ ଧରି ବସନ୍ତୁ ନାହିଁ ।
ସିଂହ: କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ । ବିବାଦୀୟ ଘଟଣା ମିଳିବ । ଜଟିଳ ଆଡକୁ ଗତି କରିବେ । ମହିଳାମାନଙ୍କ ପାରିବାରିକ ସ୍ଥିତି ଉନ୍ନତି ଘଟିବ ।
କନ୍ୟା: ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ମାନସିକ ଅଶାନ୍ତି ଲାଗିରହିବ । ମାଲିମୋକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ତୁଳା : ଆଦି ଦିନଟି ଆପଣଙ୍କ ପାଇଁ ଶୁଭ ମଙ୍ଗଳମୟ ହେବ । ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ପାରିବାରିକ ଶାନ୍ତି ପାଇବେ । ସନ୍ତାନ ଚିନ୍ତା ଦୂର ହେବ ।
ବିଛା : ଆଜି ଅଟଳ ରହିଥିବା କାର୍ଯ୍ୟ ହାସଲ ହେବ । ପାରିବାରିକ ଦ୍ୱନ୍ଦ୍ୱର ଅବସାନ ହେବ । ବ୍ୟବସାୟ ଲାଭପ୍ରଦ ହେବ । ଚାକିରି ବୃତିରେ ପ୍ରଶଂସା ମିଳିବ ।
ଧନୁ : ବ୍ୟବସାୟ କ୍ଷେତ୍ରରେ ଧୀମେଇ ଚାଲିବ । ବିଭିନ୍ନ ପ୍ରକାରର କାମରେ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି ।
ମକର: ଆଜି ଚାକିରି ସୁପ୍ରତିଷ୍ଠିତ ହୋଇପାରନ୍ତି । ଆର୍ôଥକ ସୁଦୃଢ଼ ଘଟିବ । ବ୍ୟବସାୟରେ ଉନ୍ନତି କରିବେ । ଶୁଭ କାର୍ଯ୍ୟରେ ସମ୍ମାନିତ ହେବେ ।
କୁମ୍ଭ: ଆତ୍ମୀୟମାନଙ୍କ ସାହାଯ୍ୟରେ ସମସ୍ୟା ସମାଧାନ ହେବା କଷ୍ଟକର ହୋଇପାରେ । ପିତା,ମାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ । ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ମହିଳାମାନଙ୍କ ଦୂରଯାଗା ଯାଇପାରନ୍ତି ।
ମୀନ: ଅନ୍ୟାୟର ପ୍ରତିରୋଧ କରିବେ । କୌଣସି ବିଷୟକୁ ନେଇ ଆଲୋଚନା କରିବେ । ଭ୍ରମଣାଦିରେ ଶାନ୍ତି ମିଳିବ । ପଦୋନ୍ନତିପାଇଁ କର୍ମ କରିବେ । ଚାକିରି କ୍ଷେତ୍ରରେ ଶାନ୍ତି ପାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking