30.1 C
Bhubaneswar
Wednesday, April 24, 2024
Homeଓଡିଶାଜାଣନ୍ତୁ କେଉଁ ରାଶିର ମହିଳାମାନେ ସ୍ୱାମୀଙ୍କୁ ହାତମୁଠାରେ ରଖନ୍ତି...

ଜାଣନ୍ତୁ କେଉଁ ରାଶିର ମହିଳାମାନେ ସ୍ୱାମୀଙ୍କୁ ହାତମୁଠାରେ ରଖନ୍ତି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ୫ମରେ ରହିଲେ ସମସ୍ତ କାର୍ଯ୍ୟ ଆପଣାଛାଏଁ ହୋଇଯାଏ । ସେହି ନୀତିରେ କିଛି ରାଶି ମହିଳା ଅଛନ୍ତି ଯେଉଁମାନେ ତାଙ୍କ ସ୍ୱାମୀଙ୍କୁ ହାତମୁଠାରେ ରଖନ୍ତି । ତାଙ୍କୁ ଏପରି କଳା ମଧ୍ୟ ମାଲୁମ ଅଛି ସେମାନେ ଖାଲି ସ୍ୱାମୀନୁହଁନ୍ତି ସାରା ପରିବାରକୁ ମଧ୍ୟ ନିଜ ଅଧିନରେ ରଖନ୍ତି । ଭଲ ହେଉ ବା ଖରାପ ହେଉ ସବୁଥିରେ ଏହି ରାଶିର ମହିଳାଙ୍କ କଥାରେ ସମସ୍ତେ ହଁ ଭରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା କେଉଁ କେଉଁ ରାଶି ମହିଳାମାନେ ।
ବୃଷ: ଏହି ରାଶିର ମହିଳାମାନେ ସ୍ୱଭାବରେ ଶାନ୍ତ ଓ ସାହସୀ । ସବୁ ସମସ୍ୟାକୁ ଏମାନେ ସାମ୍ନା କରିବାର ସାହସ ରଖନ୍ତି। କାହା ଆଗରେ ମୁଣ୍ଡ ନୂଆଁଇବା ଏମାନଙ୍କୁ ପସନ୍ଦ ନୁହଁ। ସ୍ୱାମୀଙ୍କୁ ହାତମୁଠାରେ ରଖିବା ଏହା ଗୋଟିଏ ଉପାୟ ।
ବିଛା: ଏହି ରାଶିର ମହିଳାମାନେ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥାନ୍ତି। ଏମାନେ ବେଶି ଲୋକଙ୍କ ସହ ମିଶନ୍ତି ନାହିଁ। କାହାକୁ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ। ଏମାନେ ଘରକୁ ନିଜ ଅଧୀନରେ ରଖିଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ କେମିତି ନିୟନ୍ତ୍ରଣରେ ରଖି ହେବ ସେ କଳା ବେଶ ଭଲ ଭାବେ ଜାଣନ୍ତି। ।
କର୍କଟ: ଏହି ରାଶିର ମହିଳାମାନେ କୌଣସି ଭୁଲ୍କୁ ସହଜରେ କ୍ଷମା କରି ନ ଥାନ୍ତି। ଅନ୍ୟମାନଙ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି। ସ୍ୱାମୀଙ୍କୁ ବି ଏମାନେ ନିଜ ନିୟନ୍ତ୍ରଣରେ ରଖନ୍ତି।
ସିଂହ: ଏହି ରାଶିର ମହିଳାମାନେ କାହାରି ଅଧୀନରେ ରହିବାକୁ ଭଲପାଆନ୍ତି ନାହିଁ। ଏମାନେ ଖୋଲା ଆକାଶର ବିହଙ୍ଗ ପରି ବଞ୍ଚିବାକୁ ଚାହାଁନ୍ତି। ହେଲେ ନିଜ ସ୍ୱାମୀଙ୍କୁ କିପରି ନିଜ ସବୁ କଥାରେ ରାଜି କରେଇ ହେବ ସେ କଳା ମଧ୍ୟ ବେଶ୍ ଭଲଭାବେ ଜାଣନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking