30.1 C
Bhubaneswar
Wednesday, April 24, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: କୌଣସି କାର୍ଯ୍ୟରେ ପ୍ରଭାବିତ ହୋଇପାରନ୍ତିି । ପରପାଇଁ କାର୍ଯ୍ୟ କରିବେ । ବନ୍ଧୁ ସହଯୋଗ ମିଳିବ । ଉତ୍ସବାଦିରେ ସମ୍ମିଳିତ ହେବେ । ଆଶଙ୍କାରେ ଦିନ କଟିବ । ସୁଯୋଗ ହରାଇପାରନ୍ତି ।
ବୃଷ: ଆଜି ସତର୍କତା ଅବଲମ୍ବନ କରିବେ । ଅବାଞ୍ଛିତ ଘଟଣା ଘଟିପାରେ । ଶତ୍ରୁ ହାବୁଡରେ ପଡିପାରନ୍ତି । ମାନସିକ ଭାରସାମ୍ୟ ହରାଇବେ । ପଡୋଶୀଙ୍କ ପାଇଁ ଲାଭବାନ ହେବେ । ଭାତ୍ରୁ ବିବାଦ ଦୂରେଇ ଯିବ ।
ମିଥୁନ: ଯୋଗା ଯୋଗ ବିଫଳ ହେବ । ପରିସ୍ଥିତିାରୁ ଭୟ ବଢିପାରେ । ଉଦବେଗ ବଢିପାରେ । ପୈତୃକ ସମ୍ପତ୍ତି ନେଇ ଅଶାନ୍ତି ଦେଖାଦେବ । ପାରିବାରିକ ଅଶାନ୍ତି ଲାଗି ରହିବ । ଜମିବାଡି ବିବାଦରେ ଛନ୍ଦି ହୋଇପାରନ୍ତି ।
କର୍କଟ:କର୍ମ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ । ସୁସମ୍ବାଦ ପ୍ରାପ୍ତି ହେବ । ବନ୍ଧୁ ସହଯୋଗ ମିଳିବ । ଆବଶ୍ୟକ ସହାୟତା ପାଇବେ । ବନ୍ଧୁ ବର୍ଗରୁ ଅପଦସ୍ତ ହେବେ । ପୈତୃକ କାର୍ଯ୍ୟରେ ବାଧା ଉପୁଯିବ ।
ସିଂହ: ଅଭାବ ଦୂରେଇ ଯିବ । ସୁଯୋଗ ଉପଯୋଗ କରିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ । ଜଞ୍ଜାଳ ବୃଦ୍ଧି ଘଟିବ । ନିଜର ତୃଟି ବୁଝିବେ । ଦୁର୍ଘଟଣାରୁ ରକ୍ଷା ପାଇବେ । ଅଚାନକ ବିପଦରେ ପଡି କଷ୍ଟ ପାଇବେ ।
କନ୍ୟା: ପୂର୍ବାନୁଭୂତିରେ ପୁନରାବୃତ୍ତି ହେବ । ଗୃହରେ ଉନ୍ନତି ଘଟିବ । ବିଶ୍ୱାସରେ ହାନି ଘଟିବ । ଧୈର୍ଯ୍ୟର ପୁରସ୍କାର ପାଇବେ । ଅନ୍ୟମନସ୍କତା ହେତୁ କ୍ଷତି ସହିବେ ।
ତୁଳା: ପ୍ରତ୍ୟେକ କ୍ଷେତ୍ରରେ ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ଜୟଯୁକ୍ତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ଚାକିରିରେ ବିଚଳିତ ହୋଇପାରନ୍ତି । ସୁଫଳ ମିଳିପାରେ ।
ବିଛା: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟବସାୟରେ ସ୍ୱଚ୍ଛ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଗୃହ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିବେ ।
ଧନୁ : ପରିବାରିକ ବିଶୃଙ୍ଖଳା ଲାଗି ରହିବ, ସମାଧାନ ବହୁ କଷ୍ଟରେ କରିବେ । ବ୍ୟବସାୟ ଓ ଚାଷ କାର୍ଯ୍ୟରେ ଉନ୍ନତି ଦେଖାଦେବ । କାର୍ଯ୍ୟରେ ନିନ୍ଦିତ ହେବେ ।
ମକର: ବହୁଦିନର ଉଦ୍ୟମ ବୃଥା ହେବ । ପ୍ରତାରଣାର ଶିକାର ହେବେ । କୌଣସି ଅନୁଷ୍ଠାନରେ ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ଖୁସି ହେବେ । ଅହମିକା ହେତୁ ଅପଦସ୍ତ ହେବେ । କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟର ଅଭାବ ଘଟିବ
କୁମ୍ଭ: ଆଜି ସାଧୁଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି । ପ୍ରତିଯୋଗିତାରେ ସମୟ କାଟିବେ । କଳହାଦିରେ ଜଡ଼ିତ ହେବେ । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଉଦାସୀନତା ରହିପାରନ୍ତି । କାର୍ଯ୍ୟରେ ସିଦ୍ଧି ମିଳିପାରିବ । ଗୃହରେ ଆନନ୍ଦ ପାଇବେ ।
ମୀନ: ବହୁଦିନର ଷଡ଼ଯନ୍ତ୍ରରୁ ଉଧୁରିଯିବେ । ବିଚଳିତ ହୋଇପାରନ୍ତି । ସଞ୍ଚୟ ଉପଯୋଗ କରିବେ । ଗୃହ କାର୍ଯ୍ୟରେ ଆଗ୍ରହୀ ହେବେ । ଅଯଥା ଆଶଙ୍କା ଅନୁଭବ କରିବେ । ଧର୍ମୀୟ ଭାବନାରେ ଶାନ୍ତି ପାଇବେ । ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking