37.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ରାଶିଫଳ

ଆଜିର ରାଶିଫଳ

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…
ମେଷ: ଆଜି ନିଜର ମନ ଭୁଲାଣିଆ କଥାରେ ଅନ୍ୟକୁ ବିମୋହିତ କରି କାମ ହାସଲ କରିପାରିବେ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।
ବୃଷ: ଆଜି ବିବାଦ ପରିପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବନାହିଁ । ଇର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ ଭଲକୁ ଭଲ ଦୃଷ୍ଟିରେ ଦେଖି ନ ପାରନ୍ତି । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ।
ମିଥୁନ: ଯାହା କରନ୍ତୁନା କାହିଁକି ପ୍ରାରମ୍ଭିକ ଅବସ୍ଥାରେ ସାମାନ୍ୟ ସମସ୍ୟା ଦେଖାଦେଲେ ମଧ୍ୟ ପର ମୁହୂର୍ତ୍ତରେ ସବୁ କିଛି ଠିକ ହୋଇଯିବ । ଶାରୀରିକ ଅସୁସ୍ଥତା ଦୂର ହେବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଧର୍ମପରାୟଣ ହେବେ ।
କର୍କଟ: ଆକସ୍ମିକ ଧନଲାଭ ହେବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଆର୍ଥକ ସ୍ଥିତି ସୁଦୃଢ଼ ହେବ । ରୋଗମୁକ୍ତ ହେବେ । ମାନସିକ ଦୁଶ୍ଚିିନ୍ତା ବଢ଼ିବ ।
ସିଂହ: କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ । ବିବାଦୀୟ ପରିସ୍ଥିତି ଉପୁଜିବ । ଜଟିଳ ଆଡକୁ ଗତି କରିବେ । ମହିଳାମାନଙ୍କ ପାରିବାରିକ ସ୍ଥିତିରେ ଉନ୍ନତି ଘଟିବ ।
କନ୍ୟା: ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ମାନସିକ ଅଶାନ୍ତି ଲାଗିରହିବ । ମାଲିମୋକଦ୍ଦମାର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ତୁଳା : ଅନ୍ୟମାନଙ୍କ କାମକୁ ପ୍ରାଧାନ୍ୟ ଦେଇ ନିଜର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅଣଦେଖା କରିପାରନ୍ତି । ଯାହା ଫଳରେ କାର୍ଯ୍ୟହାନୀ ସାଙ୍ଗକୁ ପାରିବାରିକ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । କାର୍ଯ୍ୟବ୍ୟସ୍ତତା ହେତୁ ଆପଣ ଖାଇବା ପିଇବାରେ ଅବହେଳା କରିପାରନ୍ତି ।
ବିଛା: ଦେହପାଇଁ ନିଜେ ହିଁ ବାଧକ ସାଜିବେ । ଟଙ୍କା ପଇସା ଅଭାବ ନ ଥିଲେ ମଧ୍ୟ ଖର୍ଚ୍ଚ କରିବାରେ ସାବଧାନତା ଅବଲମ୍ବନ କରିବା ଭଲ ହେବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଅର୍ଥ ପାଇବେ ।
ଧନୁ: ଆଜି ହଠାତ ବନ୍ଧୁଙ୍କ ଅନୁରୋଧକୁ ରକ୍ଷା କରି ଦୂର ଯାତ୍ରା କରିପାରନ୍ତି । ଆର୍ଥକ ସ୍ଥିତିରେ ଉନ୍ନତି ହେବ । କେତେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଅସମର୍ଥ ହେବେ ।
ମକର: ଆଜି ସାମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟରେ ଉନ୍ନତି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆର୍ଥକ ଅଭାବ ପରିଲକ୍ଷିତ ହେବ । ପାରିବାରିକ ଶାନ୍ତି ମିଳିବ ।
କୁମ୍ଭ: ସକାଳୁ ସକାଳୁ ଶୁଭ ଖବର ପାଇଁ ବହୁତ ଖୁସି ହୋଇଯିବେ । ବନ୍ଧୁଙ୍କ କଥା ରକ୍ଷା କରି ଯଥା ସମୟରେ ନିର୍ଦ୍ଧାରିତ ସ୍ଥାନକୁ ଯିବେ । ଯାହା ଦ୍ୱାରା କି ଆପଣଙ୍କ କାମ ସୁବିଧାରେ ହୋଇଯିବ । ଆର୍ଥକ ସମସ୍ୟାର ସମାଧାନ ହେବ ।
ମୀନ: ସମସ୍ୟା କ୍ରମଶଃ ସୁଧୁରୁଯିବାର ଲକ୍ଷ୍ୟକରି ମନକୁ ବୁଝାଇଶୁଝାଇ ଆତ୍ମ ସନ୍ତୋଷ ଅନୁଭବ କରିପାରନ୍ତି । ରେବତୀ ନକ୍ଷେତ୍ର ସକାଶେ କିଛି ଅସୁବିଧା ଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛି ଅସୁବିଧା ହେବନାହିଁ । ଚିନ୍ତା ଦୂର ହୋଇଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking