26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସାତ ସପନ ସରକାରୀ ସାହାଯ୍ୟ

ସାତ ସପନ ସରକାରୀ ସାହାଯ୍ୟ

ଜୟପୁର : ଗରିବ ଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଯନା। ଆଉ ଏହି ସବୁ ଯୋଯନା ଯେମିତି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ହେଲେ ଦୁଃଖର କଥା ଏ ସମସ୍ତ ସରକାରୀ ଯୋଯନାରୁ ବଂଚିତ କୋରାପୁଟ ଜିଲା ଜୟପୁର ବ୍ଲକ ଦୁର୍ଗା ଭାଟା ଗାଁ ର ଶୁକୃ ପରଜାଙ୍କ ପରିବାର । ସ୍ତ୍ରୀଙ୍କ ଅକାଳ ମୃତ୍ୟୁ ପରେ କଅଳୀ ବୟସ ରେ ପାଠପଢା ଛାଡି ଏବେ ଦୁଇ ପୁଅ ଗାଇଚରାଇଲେ,କେହି କିଛି ଦେଲେ ଏମାନଙ୍କ ଘରେ ଚୁଲି ଜଳେ।

ଭଙ୍ଗା ଦଦରା ଚାଳ ଛପର ଘର।ଘରର ଅବସ୍ଥା ଏତେ ସଚନୀୟ ଯେ ଆଖିରେ ନ ଦେଖିଲେ ବିଶ୍ୱାସ କରି ପାରିବେନି ଆପଣ।ଘର ଉପର ଚାଳ ଛପର ନଷ୍ଟ ହୋଇ ଯାଇଥିବା ବେଳେ ଟିକେ ଦେଖନ୍ତୁ ମାଟି କାନ୍ଥର ଅବସ୍ଥା।ବର୍ଷା ପାଣିର କାନ୍ଥ ସବୁ ଭାଙ୍ଗି ଯାଈଥିବା ବେଳେ ଯେ କୌଣସି ସମୟରେ ଘର ସଂପୂର୍ଣ୍ଣ ଭୁଷୁଡି ବି ଯାଇପାରେ।ହେଲେ ଦୁଃଖର କଥା ନିଜ ଜୀବନକୁ ପାଣି ଛଡାଇ ଏହାରି ମଧ୍ୟରେ ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ବାପା ଆଉ ଦୁଇପୁଅ ।ଏମାନେ ହେଲେ କୋରାପୁଟ ଜିଲ୍ଲା ଜୟପୁର ବ୍ଳକ ଦୁର୍ଗା ଭାଟା ଗାଁର ସୁକୃ ପରଜା ଓ ଦୁଇ ପୁଅ ।ଘର ଖୋଣ୍ଡିଏ ପାଇଁ ପ୍ରଶାସନ ପାଖରେ ସୁକୃ ବାରମ୍ବାର ନେହୁରା ହୋଇଛନ୍ତି।ହେଲେ ଫଳ ଆଜି ଜାଏ ଶୂନ।କେହି ବି ଏମାନଙ୍କ ଦୁଃଖ ଆଜି ପର୍ଯ୍ୟନ୍ତ ଶୁଣି ନାହାନ୍ତି।ବରଂ ପ୍ରଶାସନ ମାସିକ ୧୫ କେଜି ଚାଉଳ ଓ ଦୁଇ ଖଣ୍ଡ ପଲିଥିନ ଦେଇ ନିଜ କାମ ସାରି ଦେଇଛି।

ବାପା ମାଆଙ୍କ ସହ ବଡ ହସ ଖୁସିରେ ଦିନ କଟୁଥିଲା ଏହି ଦୁଇ ପୁଅ।ହେଲେ ୫ବର୍ଷ ତଳେ ଏମାନଙ୍କ ମା ଆର ପାରିକୁ ଚାଲିଗଲେ।ଏମାନ ଙ୍କ ସମସ୍ତ ଦାଇତ୍ୱ ବାପା ସୁକୃ ତୁଲାଇ ଆସୁଥିଲେ। ପୂର୍ବରୁ ବଡ ଭଉଣୀ ବାହା ହୋଇ ଅନ୍ୟତ୍ର ରହୁଛନ୍ତି। ତେଣୁ ଏବେ ଏହି ଦୁଇ ଭାଇ ଙ୍କ ଦୁଃଖ କହିଲେ ନ ନସରେ।ଏହି ଦୁଇ ଭାଇ ପାଠ ପଢା ଭୁଲି ଏବେ ଗ୍ରାମ ର ଲୋକ ଙ୍କ ଗାଈ ଚରାଇଲେ ପେଟକୁ ଦାନା ଗଣ୍ଡେ ଯାଏ।ନହେଲେ ଓପାସରେ ଦିନ ଯାଏ ।ଏଭଳି ସ୍ଥିତିରେ ଏହି ପରିବାର କୁ ଏକ ଘର ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେପଟେ ଘଟଣା କୁ ନେଇ କେମେରା ଆଗରେ କିଛି କହିବାକୁ ମନା କରିଥିବା ବେଳେ ତଦନ୍ତ କରି ଆବଶ୍ୟକୀୟ ପଦେକ୍ଷେପ ନିଆଯିବ ବୋଲି କହିଛନ୍ତି ଜୟପୁର ବିଡ଼ିଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking