31.1 C
Bhubaneswar
Friday, March 29, 2024
Homeସ୍ୱାସ୍ଥ୍ୟଅସରପାରୁ ମୁକ୍ତି ଦେବ ବେକିଂ ସୋଢା,ଏମିତି କରନ୍ତୁ ବ୍ୟବହାର

ଅସରପାରୁ ମୁକ୍ତି ଦେବ ବେକିଂ ସୋଢା,ଏମିତି କରନ୍ତୁ ବ୍ୟବହାର

ନୂଆଦିଲ୍ଲୀ : ସାଧାରଣତଃ ଆପଣଙ୍କ ଘରେ ଅସରପା ଥାଇପାରେ । ଖାଦ୍ୟ ଠୁ ଆରମ୍ଭ କରି ସବୁଥିରେ ଅସରପାଙ୍କ ଉତ୍ପାତ ରହିଥାଏ । ଅସରପାକୁ ଦେଖିଲେ ଖାଲି ଘୃଣା ଲାଗି ନଥାଏ, ବରଂ ସ୍ୱାସ୍ଥ୍ୟ ପାଇଁ ଏମାନେ ହାନିକାରକ ମଧ୍ୟ । ଏହାବ୍ୟତୀତ ଅନେକ ରୋଗକୁ ଜନ୍ମ ଦେଇଥାନ୍ତି । ରୋଷେଇ ଘରକୁ ନିୟମିତ ସଫା କରିବା ପରେ ମଧ୍ୟ ବେଳେ ବେଳେ ଅସରପାଙ୍କ ଉତ୍ପାତ କମି ନଥାଏ । ଯଦି ଆପଣଙ୍କ ରୋଷେଇ ଘରେ ଅସରପା ହଇରାଣ କରୁଥାଏ, ତେବେ ଅସରପାକୁ ବେକିଂ ସୋଢା ଜରିଆରେ ଦୂର କରିବାକୁ ପ୍ରୟାସ କରିପାରିବେ । ଏପରିକି ଅସରପା ଖାଦ୍ୟ ଉପରେ ଚାଲିଗଲେ, ଖାଦ୍ୟ ବିଷାକ୍ତ ହୋଇଯାଇଥାଏ । ତେଣୁ ରୋଷେଇ ଘରୁ ଅସରପା ସଫା କରିବା ବହୁତ ଜରୁରି । ବେକିଂ ସୋଢା ଓ ଚିନି ଅସରପାଙ୍କୁ ସଫା କରିବାରେ ସାହାଯ୍ୟ କରିପାରିବ । ବେକିଂ ସୋଢା ଓ ଚିନିର ମହକ ଅସରପାଙ୍କୁ ଟାଣିଥାଏ । ତେଣୁ ସେ ଏହି ମିଶ୍ରଣକୁ ଖାଇଥାନ୍ତି । ବେକିଂ ସୋଢା ଖାଇବା ପରେ ଅସରପା ପାଣି ପିଇବା ଦ୍ୱାରା ଶରୀରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଫଳରେ ଅସରପାର ପେଟ ଫାଟି ଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking