31.1 C
Bhubaneswar
Friday, March 29, 2024
Homeଓଡିଶାଘର ଭଙ୍ଗା ଦୁଃଖ ସୁଣିବ କିଏ ?

ଘର ଭଙ୍ଗା ଦୁଃଖ ସୁଣିବ କିଏ ?

କଳାହାଣ୍ଡି: ସରକାର ବାସ ହିନ ମାନଙ୍କୁ ରହିବା ପାଇଁ ମୋ କୁଡିଆ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି l ହେଲେ ପ୍ରକୃତ ହିତାଧିକାରୀ ଏସବୁ ଯୋଜନା ରୁ ବଞ୍ଚିତ ରହୁଛନ୍ତି l ତେବ ପ୍ରଶାସନ ର ଅଜବ ନିତି ହେଉ ଅବା ଅପାରଗତା ହେଉ ଏମିତିକି ଥିଲା ବାଲା ଘର ପାଉଛି ହେଲେ ନ ଥିଲା ବାଲା ର ପ୍ରଶ୍ନ ଉଠୁନି l ଏପରିକି ପ୍ରଶାସନ ପାଖରେ ଯେତେ ହାରି ଗୁହାରୀ କଲେ ମଧ୍ଯ କେହି ଶୁଣୁ ନାହାନ୍ତି l ଯାହା ଫଳରେ ସୂନ୍ଯ କୁ ଚାହିଁ ବସିଛନ୍ତି ଅନେକ ହିତାଧିକାରୀ l ତେବେ ଏ ବାସ୍ତବିକ ଚିତ୍ର ବଖାଣୁଛି ଯୋଜନାର ପ୍ରକୃତ ସଫଳତା ର କାହାଣୀ l ମୁଣ୍ଡରେ ରହିଛି ଜରିପାଳ ଆଉ ତା ସହ ଯୋଡି ହୋଇ ରହିଛି ମାଟି କାନ୍ଥ l ଏମିତି କି ଦିନ ବେଳେ ସୂର୍ଯ୍ଯ ଦିସୁଛି ତ ଆଉ ରାତିରେ ଦିସୁଛି ଜହ୍ନ l ତେବେ ରାତି ସୋଇଥିବା ଅବସ୍ଥାରେ କେତେ ବେଳେ ଯେ ଦୂର୍ଘଟଣା ନ ଘଟିବ ତାହା କହି ହେବନି l ଏ ଚିତ୍ର ଟି ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସାପଲହରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଡରେଇ ଗାଁର ଚିତ୍ର l ଏହି ଗାଁର ବଂଶିଧର ପୁଟେଲ (୪୫) ପରିବାର କହିଲେ ମାତ୍ର ୪ ଜଣ l ସ୍ତ୍ରୀ ମୋହିନି ପୁେଟେଲ (୩୮) ବଡପୁଅ ଯଶୋବନ୍ତ ପୁଟେଲ ( ୨୦) ଏବଂ ୧୭ ବର୍ଷର ସାନ ପୁଅ ବସନ୍ତ ଙ୍କୁ ନେଇ ଏହି ପରିବାର l ତେବେ ବଂଶିଧର ଏହି ଝାଟି ମାଟି କୁଡିଆରେ ରହି ଦିନେ ତାଙ୍କ ପରିବାର ପରିପୋଷଣ କରୁୁଥିଲେ l ହେଲେ ଗତବର୍ଷ ଅଗଷ୍ଟ ମାସ ୨୭ ତାରିଖ ଦିନ ଲଗାଣ ବର୍ଷା ହୋଇଥିବାରୁ ମାଟି କାନ୍ଥ ଭୂଷୁଡି ଘର ର ଛପର ପଡି ଯାଇଥିଲା l ଯାହା ଫଳରେ ନିରୁପାୟ ହୋଇ କର୍ଲାମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତହସିଲଦାର ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ l ପରେ କର୍ଲାମୁଣ୍ଡା ତହସିଲଦାର ତଦନ୍ତ ପାଇଁ ଆସି ବେଳେ ସହାୟତା ବାବଦରେ କେବଳ ପାଳ ଖଣ୍ଡେ ଦେଇଥିବା ବଂଶିଧର କହିଛନ୍ତି l ହେଲେ ପରିବାର ର ଅନାଟନ ଅଭାବ କାରଣ ରୁ ପ୍ରଶାସନ ଦେଇ ଥିବା ପାଲଟି କୁ ଟାଙ୍ଗି ସେଥିରେ ବର୍ତ୍ତମାନ ମୁଣ୍ଡ ଗୁଞ୍ଜୁଛନ୍ତି l କିନ୍ତୁ ଭଗବାନ ନକରନ୍ତୁ କାଳେ କେତେ ବେଳେ ଯେ କୌଣଷି ମୁହୁର୍ତ୍ତରେ ବିସାକ୍ତ ଜିବଯନ୍ତୁ ସେହି କୁଡିଆ କୁ ନ ପଶିବେ ତାହା କହି ହେବନି l ଅନ୍ଯପଟେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ନାମ ଥିଲେ ମଧ୍ଯ ତାଙ୍କୁ ଏ ପର୍ଯ୍ଯନ୍ତ ଘର ଦିଆଯାଇ ନାହିଁ l ଯାହା ଫଳରେ ସେହି ଭଙ୍ଗା ଦଦରା ଘରେ ରହିବା ପାଇଁ ବାଧ୍ଯ ହେଉଥିବା ବଂଶିଧର କହିଛନ୍ତି l ଏନେଇ ପ୍ରଶାସନ ଏହି ଗରିବ ଦିନ ମଜୁରିଆ ଙ୍କ ପାଇଁ ତୁରନ୍ତ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହେଉଛି l

 

କଳାହାଣ୍ଡି ନର୍ଲା ରୁ ସୁରେଶ ଚନ୍ଦ୍ର ସାହୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking