28.1 C
Bhubaneswar
Saturday, November 23, 2024
Homeଓଡିଶାଯାଜପୁରନିରାଶ୍ରୟ ଚମ୍ପା ମାଉସୀ ୧୦ ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ, ଭୋକ ଉପବାସରେ...

ନିରାଶ୍ରୟ ଚମ୍ପା ମାଉସୀ ୧୦ ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ, ଭୋକ ଉପବାସରେ କାଳତିପାତ କରୁଛି

ଯାଜପୁର: ରାଜ୍ୟ ସରକାର ନିରାଶୟ ମାନଙ୍କ ପାଇଁ ଯୋଜନା ମାନ ପଣୟନ କରିଛନ୍ତି ଏହି ଯୋଜନା ସରକାରୀ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ଯୋଗୁ ଯୋଜନା ସଫଳ ରୂପାୟନ ହୋଇ ପାରୁ ନାହିଁ l ଯୋଜନା ସଂପର୍କ ରେ ମଧ୍ୟ୍ୟ ସମୀକ୍ଷା କରା ଯାଉ ନାହିଁ. ନିରାଶୟ ମାନେ ଭର୍ତ୍ତା ପାଇଁ ଦୌଡି ଦୌଡ଼ି ନିରାଶ ହେଉଛନ୍ତି l ଏପରି ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ଯାଜପୁର ଜିଲ୍ଲାର ସହରାଂଚଳ ବ୍ୟାସନଗର ରେ : ବ୍ୟାସନଗର ୨୫ ନଂ ୱାର୍ଡ ଗାନ୍ଧି ନଗର କୁଷ୍ଠ ବସ୍ଥିରେ ଦୀର୍ଘ ୧୦ ମାସ ହେବ ଭତ୍ତା ଟଙ୍କା ନପାଇ ଖାଦ୍ୟ ଅଭାବରୁ ଜୀବନ ମୃତ୍ୟୁ ସହ ନଳକୂପ ତଳେ ବସି ମୁର୍ତ୍ୟୁ ସଂଗ୍ରାମ କରୁଛି ୭୫ ବର୍ଷୀୟ ବୃଦ୍ଧା ମାଉସୀ ଚମ୍ପାବତୀ ବେହେରା ସେ ଝାଟି ମାଟି ଘରେ ରହୁଛନ୍ତି l ନିଜ ନାମ ରେ ଗୂଂଟେ ବିଶ୍ୱେ ଜମି ନାହିଁ ଆହା କରିବାକୁ କେହି ନାହାନ୍ତି । ଭର୍ତ୍ତା ଟଙ୍କା ରେ ଚଳନ୍ତି. ଭିକା ବୃତ୍ତି କରି ଜୀବନ ଅତିବାହିତ କରି ଥାନ୍ତି l

ଏବେ ଦେହ ଖରାପ ଯୋଗୁ ପୌର ପରିଷଦ କାର୍ଯ୍ୟାଳୟ କୁ ଯିବା କୁ ଅସମର୍ଥ କିନ୍ତୁ 10ମାସ ହେଲା ଭର୍ତ୍ତା ପାଇ ନାହାଁନ୍ତି ସେ ନିଜର ଭତ୍ତା ଟଙ୍କା ନେବା ପାଇଁ ବ୍ୟାଙ୍କ କିମ୍ବା ମୁନିସିପାଳିଟି ଅଫିସକୁ ଯାଇ ପାରୁ ନାହାନ୍ତି । ତାଙ୍କର କେହି ନଥିବାରୁ ବ୍ୟାଙ୍କ କିମ୍ଵା ମୁନିସିପାଲିଟ ଅଫିସ ଯାଇ ଟଙ୍କା ଉଠାଇ ଆଣି ଦେଇ ପାରୁ ନାହାନ୍ତି. ଭୋକ ଉପବାସ ରେ ଅଧା ଦିନ ରହୁ ଛନ୍ତି ଏହି ଖବର ପାଇ ଯୁବ ସମାଜ ସେବି ରାଜେଶ କୁମାର ରାଉତ ଚମ୍ପା ମାଉସୀ ଙ୍କୁ ଭେଟି ଭର୍ତ୍ତା ଟଙ୍କା ମିଳିବା ପାଇଁ ପୌର ପରିଷଦ କୁ ଏ ସମ୍ପର୍କ ରେ ଅବଗତ କରିଛନ୍ତି l ଏଥିପ୍ରତି ବ୍ୟସନଗାର ନିର୍ବାହୀ ଅଧିକାରୀ ଧ୍ୟାନଦେଇ କିପରି ପ୍ରତି ମାସରେ ଚମ୍ପା ମାଉସୀ ଙ୍କୁ ତାଙ୍କର ଭତ୍ତା ଟଙ୍କା ତାଙ୍କ ଘର ପାଖରେ ଦିଆଯିଉ ଓ ବୃଦ୍ଧା ମାଉସୀ ଙ୍କୁ ଥଇଥାନ କରି ବା ପାଇଁ ଦାବି କରିଛନ୍ତି l ପୌର କର୍ତ୍ତୃପକ୍ଷ ଏହାର ସମାଧାନ କଲେ ଚମ୍ପା ମାଉସୀ ପେଟ କୁ ଗଣ୍ଡେ ଖାଇ ପାରିବ ସରକାର ଙ୍କ ଯୋଜନା ସଫଳ ରୁ ଉପାୟନ ହେବ. ଚମ୍ପା ମାଉସୀ ନିଶ୍ଚିତ ରୂପେ ମୁର୍ତ୍ୟୁ ମୁଖରୁ ବଞ୍ଚି ପାରନ୍ତେ ବୋଲି ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ ସଙ୍ଗଠନର ସମାଜସେବୀ ରାଜେଶ ରାଉତ, ମନୋଜ ଦାସ,ବିଶ୍ୱଜିତ ଦାସ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking