38.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗହୋମ୍ ଆଇସୋଲେସନରେ ସତର୍କତା

ହୋମ୍ ଆଇସୋଲେସନରେ ସତର୍କତା

ଭୁବନେଶ୍ୱର : ହୋମ୍ ଆଇସୋଲେସନ ସଚେତନ କରିବା ପାଇଁ ସରକାରଙ୍କ ପ୍ରେସମିଟ୍ । ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ସଚିବ ଡା. ଅଜିତ ମହାନ୍ତିଙ୍କ ସୂଚନା ।ହୋମ ଆଇସୋଲେସନରେ ରହି କିପରି ଚିକିତ୍ସିତ ହେବେ ସେ ନେଇ ଜଣାଇଛନ୍ତି ।ନିଜ ଅଭିଜ୍ଞତାରୁ କ’ଣ କ’ଣ କରିହେବ ସେ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ସଚିବ ।ପରିବାର ସଦସ୍ୟଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ରହିବେ ସଂକ୍ରମିତ ।ଘରେ ଗର୍ଭବତୀ, ବୟସ୍କ,ଛୋଟପିଲା ଥିଲେ ନିଜେ ଦୂରେଇ ରୁହନ୍ତୁ ।ଦିନକୁ ୨/୩ ଥା ତାପମାତ୍ରା ମାପି ଏନେଇ ଧାର୍ଯ୍ୟ ନମ୍ବରରେ ଫୋନ କରନ୍ତୁ ।ସରକାର ଦେଇଥିବା ଔଷଧ ସହ ଅଧିକ ପାଣି ପିଇବା ଆବଶ୍ୟକ ।ସରକାରୀ ପ୍ରଦତ୍ତ ଔଷଧ ଖାଇଲେ ସେପରି କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଗର୍ଭବତୀ ସଂକ୍ରମିତ ହେଲେ ଆଇସୋଲେସନରେ ନ ରହି ହସ୍ପିଟାଲ ଯାଆନ୍ତୁ । ଏଥିସହ କରୋନା ଲକ୍ଷଣ ସଂପର୍କରେ ମଧ୍ୟ ଡା . ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଜ୍ୱରରେ ପାରାସିଟାମଲ ଖାଇବେ ଓ ତାପମାତ୍ରା ନ କମିଲେ କରୋନା ଲକ୍ଷଣ ହୋଇପାରେ । ଅଣନିଶ୍ୱାସୀ ଲାଗିବା, ସ୍ୱାଦ ବାରି ନ ପାରିବା, ଘୋଳା ବିନ୍ଧା ହେବା ମଧ୍ୟ କରୋନାର ଲକ୍ଷଣ ଅଟେ ।
ଦୂରାରୋଗ୍ୟ ନ ଥିଲେ ହୋମ୍ ଆଇସୋଲେସନ ଭଲ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜ କରୋନା ଅନୁଭୂତିରୁ କହିଛନ୍ତି ।ସେ ନିଜେ ହୋମ ଆଇସୋଲେସନରେ ରହି ସୁସ୍ଥ ହେବା ସଂପର୍କରେ କହିଛନ୍ତି । ଯଦି ବିନା ପାରାସିଟାମଲରେ ୩ ଦିନ ଜ୍ୱର ନଆସିଲା , ତେବେ କ୍ୱାରେଣ୍ଟାଇନ ଶେଷ ହୋଇପାରିବ । ଛୋଟ ପିଲା ହୋମ ଆଇସୋଲେସନରେ ରହିବା ନେଇ ପରାମର୍ଶ ଦେଇଛନ୍ତି । ଅବସ୍ଥା ଦେଖି ଛୋଟ ପିଲା ହୋମ ଆଇସୋଲେସନରେ ରହିପାରିବେ ।ଛୋଟ ପିଲାଙ୍କ ପାଇଁ କେୟାର ଟେକରଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ ।ଉତ୍ତମ ଖାଦ୍ୟ , ସୁନିଦ୍ରା ଓ ଶାରୀରିକ ବ୍ୟାୟାମ କରୋନାରୁ ସୁସ୍ଥ କରିପାରିବ ।ତେଣୁ ଯେଉଁମାନଙ୍କର ଦୁରାରୋଗ୍ୟ ନାହିଁ, ସେମାନେ ହୋମ ଆଇସୋଲେସନରେ ରୁହନ୍ତୁ ।
ଜଣଙ୍କଠାରେ ବିଭିନ୍ନ ରୋଗ ଥିଲେ ହାଇରିସ୍କ ଗ୍ରୁପରେ ଆସନ୍ତି । ଆକ୍ରାନ୍ତଙ୍କ ଠାରୁ ପ୍ରସୂତିମାନେ ଦୂରେଇ ରହିବା ଆବଶ୍ୟକ । ପ୍ରସୂତୀ ଆକ୍ରାନ୍ତ ହେଲେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେବା ଭଲ । ଲକ୍ଷଣ ଆରମ୍ଭ ଠାରୁ ୧୦ଦିନ ପୃଥକବାସ ରହିବା ଆବଶ୍ୟକ । ୧୦ଦିନ ପରେ ପୁଣି ସ୍ୱ-ନିରୀକ୍ଷଣରେ ୭ଦିନରେ ରହିବାକୁ ପଡ଼ିବ । କୋଭିଡ଼ ମୁକ୍ତ ହୋଇଥିଲେ ଅନ୍ୟ ରୋଗ ପ।ଇଁ ମେଡ଼ିସିନ ନେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking