39.2 C
Bhubaneswar
Thursday, April 18, 2024
Homeଓଡିଶାହୋଲି ପୂର୍ବରୁ ଟିପ୍ସ

ହୋଲି ପୂର୍ବରୁ ଟିପ୍ସ

ଭୁବନେଶ୍ୱର : ଆଜି ଓ ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ହୋଲି ଖେଳିବାକୁ ସମସ୍ତେ ଭାରି ଭଲ ପାଇଥାନ୍ତି | କିନ୍ତୁ ହୋଲିରେ ସବୁଠୁ ଅଧିକ କ୍ଷତି କେଶ ଓ ତ୍ୱଚାକୁ ପହଞ୍ଚିଥାଏ। କାରଣ କେମିକାଲ୍‌ର ମିଶ୍ରଣ ଯୋଗୁ ତ୍ୱଚାରେ ରଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହେ ଓ ଅନେକଙ୍କ ଠାରେ ଏଥିଯୋଗୁ ଆଲର୍ଜି ବି ଦେଖାଯାଏ। ସେଥିପାଇଁ ଆସନ୍ତୁ ଜାଣିବା କିଛି ସହଜ ଉପାୟ
୧. ହୋଲି ଖେଳିବା ପୂର୍ବରୁ କେଶରେ ଭଲ ଭାବେ ସୋରିଷ ତେଲ ଲଗାଇ ଦିଅନ୍ତୁ। ଏହା ଦ୍ୱାରା କେଶରୁ ସହଜରେ ରଙ୍ଗ ଛାଡ଼ିଯାଏ। ସୋରିଷ ତେଲ ନ୍ୟାଚୁରାଲ୍‌ କଣ୍ଡିସନର ଭଳି କାର୍ଯ୍ୟ କରିଥାଏ।
୨. ହୋଲି ଖେଳି ସାରି ଗାଧୋଇବା ପରେ ତ୍ୱଚାରେ କୌଣସି ମଶ୍ଚୁରାଇଜର୍‌ ନଲଗାଇ ନଡ଼ିଆ ତେଲ ଲଗାନ୍ତୁ। ଏପରି କଲେ ତ୍ୱଚାକୁ ପୋଷଣ ମିଳିବ ଏବଂ ନଡ଼ିଆ ତେଲ ଦ୍ୱାରା ଦେହରେ ଲାଗିଥିବା ବାକି ରଙ୍ଗ ମଧ୍ୟ ଛାଡ଼ିଯିବ।
୩. ହୋଲି ଖେଳିବା ସମୟରେ ନଖରେ ରଙ୍ଗ ରହିଯାଏ। ଏଣୁ ଖାଇବା ସମୟରେ ସେହି ରଙ୍ଗ ପେଟକୁ ଯାଇଥାଏ। ତେଣୁ ହୋଲି ଖେଳିବା ପୂର୍ବରୁ ନଖ କାଟି ଦିଅନ୍ତୁ।
୪. ଓଠ, ଆଖି ଓ ମୁହଁକୁ ରଙ୍ଗରୁ ରକ୍ଷା କରିବା ପାଇଁ ହୋଲି ଖେଳରେ ସାମିଲ ହେବା ପୂର୍ବରୁ ଭେସଲିନ୍ ଓ ପେଟ୍ରୋଲିୟମ୍‌ ଜେଲି ଲଗାନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking