31.1 C
Bhubaneswar
Friday, March 29, 2024
Homeମନୋରଞ୍ଜନଅମୀର ଖାନଙ୍କ ‘ଲାଲ ସିଂହ ଚଡ୍ଡା’କୁ ପ୍ରଶଂସା କଲା ହଲିଉଡ୍ ସିନେମା

ଅମୀର ଖାନଙ୍କ ‘ଲାଲ ସିଂହ ଚଡ୍ଡା’କୁ ପ୍ରଶଂସା କଲା ହଲିଉଡ୍ ସିନେମା

ନୂଆଦିଲ୍ଲୀ : ଅମୀର ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପ୍ରେକ୍ଷାଳୟରେ ରିଲିଜ୍ ହୋଇସାରିଛି। ଏହା ଓସ୍କାର ବିଜେତା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ୍ ହିନ୍ଦୀ ରିମେକ୍। ଏହି ଫିଲ୍ମରେ ଟମ୍ ହ୍ୟାଙ୍କସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଓସ୍କାର ଅମୀର ଖାନଙ୍କ ଫିଲ୍ମକୁ ସପୋର୍ଟ କରିଛି। ଓସ୍କାରର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ ଭିଡିଓ ସେୟାର କରି ‘ଲାଲ ସିଂହ ଚଡ୍ଡା’ କୁ ସମର୍ଥନ କରିଛି। ଏହି ଭିଡିଓରେ ‘ଫରେଷ୍ଟ ଗମ୍ପ’ ଏବଂ’ ଲାଲ ସିଂହ ଚଡ୍ଡାର’ର କିଛି ଝଲକ ଦେଖିବାକୁ ମିଳୁଛି।ଭିଡିଓ ସେୟାର କରି ଅମୀର ଖାନଙ୍କ ଫିଲ୍ମ ପାଇଁ ଓସ୍କାର ହ୍ୟାଣ୍ଡେଲରେ ଏକ ଲମ୍ବା ପୋଷ୍ଟ ଲେଖାଯାଇଛି। ପୋଷ୍ଟରେ ଲେଖାଯାଇଛି, ‘ଫରେଷ୍ଟ ଗମ୍ପ ଲାଲ ସିଂହ ଚଡ୍ଡା, ରୋବର୍ଟ ଜେମେକିସ୍ ଏବଂ ଏରିକ ରୋଥଙ୍କ ଏକ ଏପରି ବ୍ୟକ୍ତିଙ୍କ କାହାଣୀ, ଯିଏକି ସରଳ ଦୟା ସହିତ ଜଗତକୁ ପରିବର୍ତ୍ତନ କରନ୍ତି। ଅମୀର ଖାନ, ଅଦ୍ୱେତ ଚନ୍ଦନ ଏବଂ ଅତୁଲ କୁଲକର୍ଣ୍ଣିଙ୍କ ଲାଲ ସିଂହ ଚଡ୍ଡା ଆଡାପ୍ଟେସନରେ ଟମ୍ ହ୍ୟାଙ୍କସଙ୍କ ଟାଇଟଲ୍ ଭୂମିକାରେ ଅଭିନୟ କରୁଛନ୍ତି। ୧୯୯୪ ର ଫରେଷ୍ଟ ଗମ୍ପ ୧୩ ଟି ଓସ୍କାର ପାଇଁ ମନୋନୀତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking