39.1 C
Bhubaneswar
Wednesday, April 24, 2024
Homeଓଡିଶାକାହିଁକି ପାଳନ କରନ୍ତି ହୋଲି ?

କାହିଁକି ପାଳନ କରନ୍ତି ହୋଲି ?

ଭୁବନେଶ୍ୱର : ରଙ୍ଗର ପର୍ବ ହୋଲି । ହୋଲିକୁ ପ୍ରତିବର୍ଷର୍ ସମସ୍ତେ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି । ସମସ୍ତ ରାଗରୁଷା ଭୁଲି ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ହୋଲିକୁ ପାଳନ କରନ୍ତି । ବିଭିନ୍ନ ସ୍ଥାନରେ ହୋଲି ପର୍ବର ଆୟୋଜନ ମଧ୍ୟ କରାଯାଇଥାଏ । ତେବେ ଏବି ପର୍ବ ପାଳନ ପଛରେ ଏକ ପୌରାଣିକ କାହାଣୀ ରହିଛି । ଯେଉଁଥିପାଇଁ ଆଜି ବି ଏହି ପରମ୍ପରା ପାଳନ ହୋଇ ଆସୁଛି ।

ତେବେ ପୌରାଣିକ କଥା ଅନୁସାରେ,ଭାରତରେ ହିରଣ୍ୟକଶ୍ୟପ ନାମରେ ଜଣେ କଠୋର ରାଜା ଥିଲେ । ସେ ଭଗବାନ ବିଷ୍ଣୁଙ୍କଠାରୁ ତାଙ୍କ ସାନ ଭାଇ ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହୁଁଥିଲେ । କିଛି ବର୍ଷ କଠୋର ତପସ୍ୟା ଫଳରେ ସେ ଅନେକ ଶକ୍ତିର ଅଧିକାରୀ ହୋଇପାରିଥିଲେ । ପରେ ସେ ନିଜକୁ ଭଗବାନଙ୍କ ସହ ତୁଳନା କରି ରାଜ୍ୟବାସୀଙ୍କୁ ତାଙ୍କୁ ପୂଜା କରିବା ପାଇଁ କହିଲେ । ତେବେ ସେ ରାଜାଙ୍କର ଏକ ଛୋଟ ପୁଅ ମଧ୍ୟ ଥିଲା । ଯାହାର ନାଁ ହେଲା ପ୍ରହଲ୍ଲାଦ । ସେ ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ । ପିତାଙ୍କର କୌଣସି କଥା ନମାନି ସେ ବିଷ୍ଣୁଙ୍କୁ ପୂଜା କରୁଥିଲେ । ହେଲେ ପିତାଙ୍କ କଥା ନମାନି ବିଷ୍ଣୁଙ୍କୁ ପୂଜା କରୁଥିବାରୁ ସେ ତାଙ୍କ ପୁଅକୁ ମାରିବାକୁ ଚେଷ୍ଟା କଲେ । ସେଥିପାଇଁ ସେ ତାଙ୍କ ଭଉଣୀ ହୋଲିକା ମାଧ୍ୟମରେ ପ୍ରହଲ୍ଲାଦଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ସେ ପ୍ରହଲ୍ଲାଦକୁ ନିଆଁରେ ଧରି ବସିବାକୁ କହିଲେ । ହେଲେ ପ୍ରହଲ୍ଲାଦଙ୍କ ପାଖରେ ଏପରି ଶକ୍ତି ଥିଲା ଯେ, ସେ ନିଆଁରେ ବସିଲେ ବି ତାଙ୍କର କିଛି କ୍ଷତି ହେବ ନାହିଁ । ସେଥିପାଇଁ ହୋଲିକା ଭାଇଙ୍କ ଏହି କଥାରେ ରାଜି ହୋଇଗଲେ । ପରେ ସେ ପ୍ରହଲ୍ଲାଦଙ୍କୁ ଧରି ନିଆଁରେ ବସିଲେ । ଏହାକୁ ସମସ୍ତେ ଦେଖୁଥିଲେ । ପ୍ରହଲ୍ଲାଦ କେତେବେଳେ ନିଆଁରେ ପୋଡିହେବ ତାକୁ ସମସ୍ତେ ଦେଖୁଥିଲେ । ହେଲେ ନିଆଁରେ ବସି ବିଷ୍ଣୁଙ୍କ ନାମ ଜପ କରୁଥିବା ପ୍ରହଲ୍ଲାଦର କିଛିି ହୋଇନଥିଲା । କିନ୍ତୁ ହୋଲିକା ନିଆଁରେ ପୋଡି ହୋଇଯାଇଥିଲେ ।

ଏସବୁ ଦୃଶ୍ୟ ଦେଖିବା ପରେ ରାଜା ଆହୁରି ରାଗିଯାଇ ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ପୁଣି ଚାହିଁଥିଲେ । ଠିକ୍ ସେହି ସମୟରେ ଭଗବାନ ବିଷ୍ଣୁ ନୃସିଂହ ରୂପ ଧାରଣ କରି ହିରଣ୍ୟକଶ୍ୟପକୁ ବଦ୍ଧ କରିଥିଲେ । ସେଥିପାଇଁ କୁହାଯାଏ, ହୋଲିକାର ମୃତ୍ୟୁ ସହ ହୋଲି ପାଳନ କରିବାର ବିଧି ରହିଛି । କାରଣ ଭାରତର ଅନେକ ରାଜ୍ୟରେ ହୋଲି ପୂର୍ବ ଦିନ ସମସ୍ତେ ନିଆଁ ଜାଳି ହିରଣ୍ୟକଶ୍ୟପ ଓ ହୋଲିକାର ମୃତ୍ୟୁକୁ ମନେପକାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking