27.8 C
Bhubaneswar
Friday, April 19, 2024
Homeଓଡିଶାବଲାଙ୍ଗିରରେ ହକି ଖେଳ ଶୁଭ ଉଦଘାଟନି ଉତ୍ସବ 

ବଲାଙ୍ଗିରରେ ହକି ଖେଳ ଶୁଭ ଉଦଘାଟନି ଉତ୍ସବ 

ବଲାଙ୍ଗିର (ଦେବାଶିଷ ମିଶ୍ର) :  ଦିର୍ଘ ଦିନର ଅପେକ୍ଷାର ଅନ୍ତ କରି ବଲାଙ୍ଗିର କ୍ରୀଡା କ୍ଷେତ୍ରରେ ଜାତୀୟ ଖେଳ ହକିର ଶୁଭ୍ ଉଦ୍‌ଘାଟନି ଉତ୍ସବ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପଡିଆରେ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନା ସୁଶ୍ରୀ ଆନନ୍ଦିନୀ ଦର୍ଜିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ କୁମାର ଜେନା ମୁଖ୍ୟ ଅତିଥି ତଥା ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବେଲାରସେନ ଭୋଇ ସମ୍ମାନିତ ଅତିଥିଲେ । ଅନ୍ୟ ମଂଚାସୀନ ଅତିଥି ମଧ୍ୟରେ ବିମଲ କୁମାର ଚୋପଦାର, ଶାନ୍ତିଲତା ସାହୁ, ଡ. ଗୋପାଲ ଚନ୍ଦ୍ର ମିଶ୍ର, ଏସ୍‌.ଏମ୍‌.ଜୈନୁଲ (ଫିରୋଜ), ବିରେନ୍ଦ୍ର ସୁନା, କସ୍ତୁରୀ ରଥ ଏବଂ କାର୍ଯ୍ୟକାରୀ ସଭାପତି ସମିର ସାହାଣି ମଂଚାସିନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ଜେନା ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରି ହକି ଖେଳର ଶୁଭ ଉଦ୍‌ଘାଟନ କରିଥିଲେ । ଶ୍ରୀ ଜେନା ତାଙ୍କ ଉଦ୍‌ବୋଧନରେ ଉଚ୍ଚ କୋଟିରର ଖେଳ ପ୍ରଦର୍ଶନ କରିବାକୁ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ସୁଶ୍ରୀ ଦର୍ଜି, ଶ୍ରୀ ଭୋଇ, ମୁଖ୍ୟ ପ୍ରଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ଶ୍ରୀ ସାହାଣି ପ୍ରମୁଖ ଖେଳାଳିମାନଙ୍କୁ ତାଙ୍କର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ବଲାଙ୍ଗିରର ଗୌରବ ରକ୍ଷା କରିବାକୁ କହିଥିଲେ । ପଡିଆ ମଧ୍ୟରେ ହକି ଖେଳାଳି ଅଜାମ୍ବର ରାଜପଲିଆ, ଦୁର୍ବାଦଳ ପଶାୟତ, ଜୟରାମ ପୁଟେଲ, ପିଣ୍ଟୁ ବଢିଆ, ରୋହିତ ବାଗ, କଲେକ୍ଟର ରଣା, ଗିରିଧାରୀ ପୁଟେଲ, ଭଗବାନ ମଲ୍ଲିକ, ଅଙ୍କିତ ହେର୍ଣ୍ଣା, ଆଶୁତୋଷ ବିସ୍ରା, ମଣ୍ଟୁ  ବଢିଆ, ଦିପକ ମହାପାତ୍ର, ହେମାନନ୍ଦ ପୋଡ, ବିକାଶ ଭୋଇ, ଦିଗାମ୍ବର ପ୍ରଧାନ, ଶଙ୍କର ପ୍ରଧାନ, ପ୍ରମୋଦ ବେହେରା, ଶୁଶାନ୍ତ ମୁଗ୍ରୀ, ସୁଜିତ ମେହେର, ରିକେଶ ଦେଓ, ସୁଜିତ ଭୋଇ, ସୁଦର୍ଶନ ବିଶ୍ୱାଲ, ସଞ୍ଜିବ ସାହୁ, ରାଜକୁମାର ଷାଣ୍ଡ, ଜୁଗଲ ମଲ୍ଲିକ, ବିନୟ ପଧାନ, ହିମାଞ୍ଚଳ ପୁଟେଲ, ଶୁଶାନ୍ତ ବୁଡେକ, ଶେକ୍ ଅକତର, ଟିକେଶ୍ୱର ଛତ୍ରିଆ ପ୍ରମୁଖ ହକି ଖେଳ ଅଭ୍ୟାସ କରିଥିଲେ । ସଭା ଶେଷରେ ସୁଶ୍ରୀ ଦର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking