28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପୁଲୱାମାରୁ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ଗିରଫ

ପୁଲୱାମାରୁ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ଗିରଫ

ନୂଆଦିଲ୍ଲୀ : ସୁରକ୍ଷାବାହିନୀ ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ଖିରୟୁ ଅଂଚଳରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ତା ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଜବତ କରାଯାଇଛି । ଗିରଫ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ସହିତ ଜଡ଼ିତ । ପୋଲିସର ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଗିରଫ ଆତଙ୍କବାଦୀ ଶହୀଦ ଅହମ୍ମଦ ଖଣ୍ଡେଙ୍କ ପୁଅ ଅବଦୁଲ ରସିଦ ଖଣ୍ଡେ ମଣ୍ଡକପାଲ ଖରୟୁ ନିବାସୀ ବୋଲି ଜଣାପଡ଼ିଛି । ଗୁରୁବାର ଦିନ ଅବନ୍ତୀପୋରା ପୋଲିସ ତାଙ୍କ ଗୁପ୍ତ ସୂତ୍ରରୁ ଅବନ୍ତୀପୋରା ର ଏଣ୍ଡ୍ରାସା ଖରୟୁ କ୍ଷେତ୍ରରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ଦୃଢ଼ ସୂଚନା ମିଳିଥିଲା । ଏହାକୁ ଭିତି କରି ଅବନ୍ତୀପୋରା ପୋଲିସର ମିଳିତ ଦଳ, ଆର୍ମି ୫୦ ଆର ଆର ଏବଂ ସିଆରପିଏଫର ୧୮୫ ତମ ବାଟାଲିୟନ ସମଗ୍ର ଅଂଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀକୁ ସେହି ବଗିଚାରେ ସନ୍ଦେହଜନକ କାର୍ଯ୍ୟକଳାପ କରୁଥିବା ଦେଖିଥିଲେ । ସୁରକ୍ଷା ବାହିନୀକୁ ଦେଖି ଆତଙ୍କବାଦୀ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସତର୍କ ସୁରକ୍ଷାବାହିନୀ ଆତଙ୍କବାଦୀକୁ ଧରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking