30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଗୁରୁ ଦିବସର ଇତିହାସ ବିଷୟରେ ଜାଣନ୍ତୁ..

ଗୁରୁ ଦିବସର ଇତିହାସ ବିଷୟରେ ଜାଣନ୍ତୁ..

ଭୁୁବନେଶ୍ୱର : ଗୁରୁଦିବସ ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ପାଳିତ ଏକ ବିଶେଷ ଦିବସ ଯାହା ଗୁରୁ ବା ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀ ଗଣ ପାଳନ କରନ୍ତି ।ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ ଏବଂ ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାଙ୍କର ଦେହାନ୍ତ ପରେ, ତାଙ୍କର ଜନ୍ମତିଥିକୁ ଗୁରୁଦିବସ ଭାବରେ ପାଳନ କରାଯାଏ ।
କେତେକ ଦେଶରେ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଅଲଗା ଅଲଗା ଦିନରେ ଏହି ଦିବସ ପାଳନ କରାଯାଇଥାଏ । ସାରା ପୃଥିବୀରେ ବିଶ୍ୱ ଶିକ୍ଷକ ଦିବସ ଅକ୍ଟୋବର ୫ରେ ପାଳନ କରାଯାଇଥାଏ । ଇଉନେସ୍କୋ ଦ୍ୱାରା ଗୁରୁମାନଙ୍କର ଗୁରୁତ୍ୱ ଅନୁଭବ କରିବା ଓ ସେମାନଙ୍କୁ ବିଶେଷ ସମ୍ମାନ ଦେବା ପାଇଁ ଏହି ଦିବସ ସାରା ପୃଥିବୀରେ ପାଳିତ ହୋଇଥାଏ ।
ଶିକ୍ଷକ ଦିବସ ଅନେକ ଦେଶରେ ୨୦ ଶତକ ପରେ ସ୍ୱାଧୀନ ଭାବରେ ପାଳିତ ହେବା ଆରମ୍ଭ ହେଲା । ଆର୍ଜେଣ୍ଟିନାରେ ଏହା ଡୋମିନିଙ୍ଗୋ ଫଷ୍ଟିନୋ ସାର୍ମେଣ୍ଟିନୋଙ୍କ ଦେହାନ୍ତ ତାରିଖ ସେପ୍ଟେମ୍ବର ୧୯୧୫ ଠାରୁ ପାଳନ କରୁଥିବା ବେଳେ ଭାରତରେ ବିଶିଷ୍ଟ ଶିକ୍ଷାବିଦ ଓ ପୁର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ୧୯୬୨ ମସିହାଠାରୁ ପାଳିତ ହୋଇଆସୁଅଛି।ଏହି ଦିନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଛାତ୍ରମାନେ ଶିକ୍ଷକ ମାନଙ୍କୁ ବନ୍ଦାପନା କରିଥାନ୍ତି । “ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ସାକ୍ଷାତ ପରଂବ୍ରହ୍ମ” ବୋଲି ଗୁରୁବନ୍ଦନା କରାଥାନ୍ତି । ବିଦ୍ୟାଳୟଗୁଡ଼ିକୁ ବାଦଦେଇ ବାକି ସରକାରୀ ଓ ବେସରକାରୀ ସବୁରେ ଏହି ଦିନ ଏକ ଛୁଟି ଦିନ ଭାବରେ କାମରୁ ବିରତି ନେଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking