ହୀରାକୁଦର ୪ଟି ଗେଟ ଖୋଲିଲା

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ । ଜଳଭଣ୍ଡାର ଜଳସ୍ତର ବଢୁଥିବାରୁ ଖୋଲାଗଲା ଗେଟ । ଏନେଇ ସୂଚନା ଦେଲେ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ । ଏବେ ମହାନଦୀ ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ ଜଳସ୍ତର । ଏକାଥରେ ୪ଟି ଗେଟ ଖୋଲାଗଲା । ବାମପାର୍ଶ୍ୱର ୩ ଓ ଡାହାଣ ପାର୍ଶ୍ୱର ଗୋଟିଏ ଗେଟ ଖୋଲାଗଲା ।