39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶହିନ୍ଦୀ ଗୀତ ଦେଲା ପରିଚୟ, ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ଙ୍କୁ ସମ୍ମାନିତ କଲା ଭାରତ

ହିନ୍ଦୀ ଗୀତ ଦେଲା ପରିଚୟ, ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ଙ୍କୁ ସମ୍ମାନିତ କଲା ଭାରତ

ନୂଆଦିଲ୍ଲୀ : ବଲିଉଡ୍‌ର ଲୋକପ୍ରିୟ ହିନ୍ଦୀ ଗୀତକୁ ଲିପ୍‌ସିଂକ୍ କରି ଭିଡିଓ କରୁଥିବା ତାଞ୍ଜାନିଆର ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ଙ୍କୁ ସମ୍ମାନିତ କରିଛି ଭାରତ । ତାଞ୍ଜାନିଆ ସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ପଲ୍‌ଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରିଛନ୍ତି । କିଲି ପଲ୍ ଭାରତୀୟ ଗୀତର ଲିପ୍ ସିଂକ୍ କରି ସାରା ବିଶ୍ୱରେ ଲୋକପ୍ରିୟ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ ଫଲୋୟର୍ସ ଅଛନ୍ତି । କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ଅନେକ ବଲିଉଡ୍ ଷ୍ଟାର ମଧ୍ୟ ତାଙ୍କୁ ଫଲୋ କରୁଛନ୍ତି । ତାଞ୍ଜାନିଆରେ ଭାରତୀୟ ଉଚ୍ଚାୟୁକ୍ତ ବିନୟ ପ୍ରଧାନ କିଲି ପଲ୍‌ଙ୍କୁ ସମ୍ମାନିତ କରିଛନ୍ତି । ଏହି ଫଟୋକୁ ସେ ନିଜ ଟ୍ୱିଟର ପେଜ୍‌ରେ ସେୟାର କରିଛନ୍ତି । ଫଟୋରେ ବିନୟା ପ୍ରଧାନ ଭାରତର ଦୂତାବାସ କାର୍ଯ୍ୟାଳୟରେ ପଲଙ୍କୁ ସମ୍ମାନିତ କରୁଥିବାର ଦେଖାଯାଇଛି । ଏହି ପୋଷ୍ଟରେ ସେ କ୍ୟାପସନ୍ ଦେଇଛନ୍ତି । ଆଜି ତାଞ୍ଜାନିଆ ଭାରତୀୟ ଉଚ୍ଚାୟୋଗକୁ ଜଣେ ବିଶେଷ ଅତିଥି କିଲ ପଲ୍ ଆସିଥିଲେ । ସେ ଭାରତୀୟ ଫିଲ୍ମର ଲୋକପ୍ରିୟ ଗୀତରେ ଭିଡିଓ କରି ଲକ୍ଷ ଲକ୍ଷ ଭାରତୀୟଙ୍କ ହୃଦୟ ଜିତିଛନ୍ତି । ପଲ୍ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ଭାରତୀୟ ଉଚ୍ଚାୟୋଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, ଭାରତୀୟ ଉଚ୍ଚାୟୋଗ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ପ୍ରକାଶ ଯେ ଫିଲ୍ମ ଶେରଶାହର ଗୀତ ‘ରାତା ଲମ୍ବିୟା’ରେ ଲିପ୍‌ସିଂକ୍ କରି ପଲ୍ ଗତ ବର୍ଷ ଚର୍ଚ୍ଚାକୁ ଆସିଥିଲେ । ଏହି ଭିଡିଓରେ ସେ ଭଉଣୀ ନୀନା ପଲ୍‌ଙ୍କ ସହ ନଜର ଆସିଥିଲେ । ତା’ ପରଠାରୁ କିଲି ପଲ୍ ଚର୍ଚ୍ଚାରେ ରହି ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ୨୨ ଲକ୍ଷ ଫଲୋୟର୍ସ ଅଛନ୍ତି । ଅଭିନେତା ଆୟୁଷ୍ମାନ୍ ଖୁରାନା, ଗୁଲ ପନାଗ ଓ ରିଚା ଚଡ୍ଡାଙ୍କ ସମେତ ଅନେକ ଲୋକପ୍ରିୟ ଭାରତୀୟ ଫିଲ୍ମ ଷ୍ଟାର ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking