38.1 C
Bhubaneswar
Tuesday, April 23, 2024
Homeଆସାମ ନିର୍ବାଚନହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ପଦରୁ ସର୍ବାନନ୍ଦ ସୋନୋଓ୍ଵାଲ ଦେଲେ ଇସ୍ତଫା । ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଇସ୍ତଫା ଦେଲେ ସୋନୋଓ୍ଵାଲ । ବିଧାୟକ ଦଳ ବୈଠକ ପୂର୍ବରୁ ଇସ୍ତଫା ଦେଇଛନ୍ତି ସର୍ବାନନ୍ଦ । ସର୍ବାନନ୍ଦଙ୍କ ଇସ୍ତଫା ପରେ ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ।  ସେ ରାଜ୍ୟ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଦୀର୍ଘ ୭ ଦିନ ମାନସ ମଂଥନ ପରେ ହିମନ୍ତଙ୍କ ଉପରେ ଦଳ ଭରସା କରିଛି । ଆଜି ଗୌହାଟୀରେ ବିଜେପି ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିଲା । ଏଥିରେ ହିମନ୍ତ ବିଶ୍ୱଶର୍ମାଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ବରିଷ୍ଠ ବିଜେପି ନେତା ଅରୁଣ ସିଂ ଏବେ ଆସାମରେ ଅଛନ୍ତି । ବିଧାୟକ ଦଳ ବୈଠକରେ ପରେ ଏନଡିଏ ବୈଠକ ବସିବ । ସଂଧ୍ୟାରେ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବ ବିଜେପି । ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାପତ୍ର ଦେଲେ ସର୍ବାନନ୍ଦ ସୋନୋଓ୍ଵାଲ । ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଗତ ଶନିବାର ସୋନୱାଲ ଏବଂ ବିଶ୍ଵ ଶର୍ମାଙ୍କୁ ଦିଲ୍ଲୀ ଡକାଯାଇଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବାରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଅଙ୍କକଷା ହୋଇଥିଲା। ରବିବାର ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ବସିଛି। ଏଥିରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking