39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ହିଜାବ ଝଡ

ସୁପ୍ରିମକୋର୍ଟରେ ହିଜାବ ଝଡ

ନୂଆଦିଲ୍ଲୀ : ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ପକ୍ଷ-ପ୍ରତିପକ୍ଷଙ୍କ ଯୁକ୍ତି ଜୋରଦାର ହୋଇଛି । ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି । ଆଜି ୮ ଦିନ ହେଲା ଏହି ମାମଲାର ବିଚାର ଚାଲିଛି । ହିଜାବ ରଦ୍ଦ କରିବା ମାମଲାରେ ବରିଷ୍ଠ ଆଇନଜୀବୀ ଦୁଷ୍ମନ୍ତ ଦବେ ତାଙ୍କର ବଳିଷ୍ଠ ଯୁକ୍ତି ରଖିଛନ୍ତି । ଦୁବେ କହିଛନ୍ତି ହିଜାବ ଗରିମାର ପ୍ରତୀକ ଅଟେ । ଯେମିତି ହିନ୍ଦୁ ମହିଳାମାନେ ଶାଢୀ ପିନ୍ଧି ମୁଣ୍ଡରେ ଓଢଣା ପକାଇବା ସେମାନଙ୍କର ଏକ ମର୍ଯ୍ୟାଦା ସେହିପରି ମୁସ୍‌ଲିମ ମହିଳାଙ୍କ ହିଜାବ ତାଙ୍କର ଏକ ମର୍ଯ୍ୟାଦା । ଏହାଦ୍ୱାରା କାହାର ଶାନ୍ତି, ସୁରକ୍ଷା ଭଙ୍ଗ ହେଉ ନାହିଁ । ଏପରିକି ଶାନ୍ତି ପ୍ରତି କୌଣସି ବିପଦ ମଧ୍ୟ ନାହିଁ ।

ନିଜ ଯୁକ୍ତି ଉପସ୍ଥାପନ କରି ଦବେ ଆହୁରି କହିଛନ୍ତି, ସର୍ବଶକ୍ତିମାନଙ୍କୁ ସମସ୍ତେ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖନ୍ତି । ଯିଏ ସବରୀମାଳା ଯାଆନ୍ତି ସେମାନେ କଳା ପୋଷାକ ପିନ୍ଧି ଯାଇଥାନ୍ତି । ଏହା ପରମ୍ପରା ଅଟେ । ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ଏବଂ ବ୍ୟକ୍ତିବାଦୀ ଶୈଳୀରେ ଧାର୍ମିକ ସ୍ୱତନ୍ତ୍ରତାର ଆନନ୍ଦ ନେବାର ଅଧିକାର ରହିଛି । ଆପଣ କାହାର ଭାବନାକୁ ଆଘାତ ଦେଇ ପାରିବେ ନାହିଁ । ତେବେ ଏହି ମାମଲା ଏବେ କୋର୍ଟରେ ଥିବାରୁ ସେ ପ୍ରସଙ୍ଗକୁ ଆଲୋଚନାକୁ ନେଇ ମାନ୍ୟବର କୋର୍ଟ କହିଥିଲେ । ଏଥିସହିତ କୋର୍ଟ କହିଥିଲେ ୟୁନିଫର୍ମ ଏକ ସୁନ୍ଦର ବ୍ୟବସ୍ଥା । ଧନୀ ହେଉ ବା ଗରିବ, ଗୋଟିଏ ପୋଷାକ ପିନ୍ଧି ଆସିଲେ ସମସ୍ତେ ସମାନ ଦେଖାଯାନ୍ତି । ହେଲେ ହିଜାବକୁ ରଦ୍ଦ କରିବା ପାଇଁ କର୍ଣ୍ଣାଟକ ସରକାରଙ୍କ ଆଦେଶ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ବୋଲି କହିବା ସହ ଭାରତରେ ୧୦୦ ମିଲିୟନ ମୁସ୍‌ଲିମ ଅଛନ୍ତି । ଆମେ ଏକ ସମୁଦାୟଙ୍କ ମନରେ ଭୟ ସୃଷ୍ଟି କରିପାରିବା ନାହଁ ବୋଲି ଦବେ ଯୁକ୍ତି ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking