କୁଚିଣ୍ଡା: କୁଚିଣ୍ଡାରୁ ଏକ ଭୟଙ୍କତର ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଦୁର୍ଘଟଣା ଘଟି ଜଳିଗଲା ହାଇୱା । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ନେଇ ମିଳିଛି ସୂଚନା । ଜମନକିରା ଥାନା ଗରିଆବାହାଲ ନିକଟରେ ଦୁର୍ଘଟଣା ଘଟିଛି । ହାଇୱା ସହ ସ୍କୁଟି ଧକ୍କା ହୋଇଥିଲା । ସ୍କୁଟି ସହ ଧକ୍କା ହେବା ପରେ ହାଇୱାରେ ନିଆଁ ଲାଗି ଯାଇଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










